ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ତାଲିକାରେ କୋହଲି ଓ ଅଶ୍ଵିନ, ଦିନିକିଆ-ଟେଷ୍ଟ-ଟି୨୦ ପାଇଁ ମନୋନୀତ ହେଲେ ଏହି ସବୁ ଭାରତୀୟ ଖେଳାଳି

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ଗତ ଏକ ଦଶନ୍ଧି ୨୦୧୦-୨୦୧୯ ପାଇଁ ନିଜର ସ୍ଵତନ୍ତ୍ର ପୁରସ୍କାର ପାଇଁ ଖେଳାଳିଙ୍କ ମନୋନୟନ ତାଲିକା ଜାରି କରିଛି। ଆଇସିସି କ୍ରିକେଟ୍‌ର ତିନି ଫର୍ମାଟ୍ ନିମନ୍ତେ ମହିଳା ଓ ପୁରୁଷର ଭିନ୍ନ ଭିନ୍ନ ବର୍ଗରେ ସର୍ବଶ୍ରେଷ୍ଠ ଖେଳାଳିକୁ ପୁରସ୍କୃତ କରିବ। ଏଥିରେ ଭାରତର ଅଧିନାୟକ ବିରାଟ କୋହଲି ଓ ଅଫ୍ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ପ୍ରତିଷ୍ଠିତ ଆଇସିସି ପ୍ଲେୟାର ଅଫ ଦ ଡିକେଡ୍‌ ଆଓ୍ଵାର୍ଡ ପାଇଁ ମନୋନୟନ କରାଯାଇଛି। ସେହି ପରି ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏମଏସ ଧୋନୀ, ରୋହିତ ଶର୍ମାଙ୍କ ନାମ ସାମିଲ। ଦୁଇ ଖେଳାଳିଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ ଓ ଟି-୨୦ ଖେଳାଳି ଆଓ୍ଵାର୍ଡ ପାଇଁ ମନୋନୟନ କରାଯାଇଛି। ମହିଳା ବର୍ଗରେ ମିତାଲି ରାଜ, ଝୁଲନ ଗୋସ୍ଵାମୀଙ୍କ ନାମ ସାମିଲ।

ଦଶନ୍ଧିର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି

ବିରାଟ କୋହଲି(ଭାରତ), ରବିଚନ୍ଦ୍ରନ ଅଶ୍ଵିନ(ଭାରତ), ଜୋ ରୁଟ୍(ଇଂଲଣ୍ଡ), କେନ ଓ୍ଵିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍(ଅଷ୍ଟ୍ରେଲିଆ), ଏବି ଡିଭିଲିୟର୍ସ(ଦକ୍ଷିଣ ଆଫ୍ରିକା) ଓ କୁମାର ସାଙ୍ଗାକାରା(ଶ୍ରୀଲଙ୍କା)।

ଦଶନ୍ଧିର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି

ବିରାଟ କୋହଲି(ଅଧିନାୟକ), ଲସିଥ୍ ମାଲିଙ୍ଗା(ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ), ଏବି ଡିଭିଲିୟର୍ସ(ଦକ୍ଷିଣ ଆଫ୍ରିକା), ରୋହିତ ଶର୍ମା(ଭାରତ), ଏମଏସ ଧୋନୀ(ଭାରତ) ଓ କୁମାର ସାଙ୍ଗାକାରା(ଶ୍ରୀଲଙ୍କା)।

ଦଶନ୍ଧିର ସର୍ବଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି

ବିରାଟ କୋହଲି(ଭାରତ), କେନ ଓ୍ଵିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍(ଅଷ୍ଟ୍ରେଲିଆ), ଜେମ୍ସ ଆଣ୍ଡରସନ(ଇଂଲଣ୍ଡ), ରଙ୍ଗନା ହେରାଥ(ଶ୍ରୀଲଙ୍କା) ଓ ୟାସିର ଶାହା(ପାକିସ୍ତାନ)।

ଦଶନ୍ଧିର ସର୍ବଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି

ବିରାଟ କୋହଲି(ଭାରତ), ରୋହିତ ଶର୍ମା(ଭାରତ), ଲସିଥ ମାଲିଙ୍ଗା(ଭାରତ), ରଶିଦ ଖାନ(ଆଫଗାନିସ୍ତାନ), ଇମ୍ରାନ ତାହିର(ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ(ଅଷ୍ଟ୍ରେଲିଆ) ଓ କ୍ରିସ୍ ଗେଲ୍(ଓ୍ଵେଷ୍ଟଇଣ୍ଡିଜ୍)।

ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟ୍ ଭାବନା ପୁରସ୍କାର

ବିରାଟ କୋହଲି(ଭାରତ), କେନ ଓ୍ଵିଲିୟମସନ(ନ୍ୟୁଜିଲାଣ୍ଡ), ବ୍ରେଣ୍ଡନ ମ୍ୟାକୁଲମ(ନ୍ୟୁଜିଲାଣ୍ଡ), ମିସବା ଉଲ ହକ(ପାକିସ୍ତାନ), ମହେନ୍ଦ୍ର ସିଂହ ଧୋନୀ(ଭାରତ), ଆନ୍ୟା ଶ୍ରବସୋଲ(ଇଂଲଣ୍ଡ), କ୍ୟାଥରିନ ବ୍ରଣ୍ଟ(ଇଂଲଣ୍ଡ), ମୋହେଲ ଜୟବର୍ଦ୍ଧନେ(ଶ୍ରୀଲଙ୍କା) ଓ ଡାନିଏଲ ଭିଟୋରୀ(ନ୍ୟୁଜିଲାଣ୍ଡ)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.