Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ୱାର୍ଲଡକପ୍ ୨୦୧୯ : ଏହି ୪ଟି ଟିମ୍ ଖେଳିପାରନ୍ତି ସେମିଫାଇନାଲ, ପାକିସ୍ତାନର ସମ୍ଭାବନା କମ୍

20/06/2019 at 2:56 PM

ଦକ୍ଷିଣ ଆଫ୍ରିକା ନିଉଜିଲାଣ୍ଡ ଠାରୁ ପରାସ୍ତ ହେବାପରେ ଆଇସିସି ୱାର୍ଲଡକପ ୨୦୧୯ ସେମି ଫାଇନାଲ ଲାଇନଅପର ଏକ ଫଟୋ ସାମ୍ନାକୁ ଆସିଛି । ୪ଟି ଟିମ, ନିଉଜିଲାଣ୍ଡ, ଇଂଲଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ନେଇ ଆଶା ପ୍ରକାଶ କରାଯାଉଛି । କ୍ରିକେଟରେ କେତେବେଳେ କଣ ହେବ ତାହା ପୂର୍ବରୁ କହୁବା ଅସମ୍ଭବ । ତଥାପି ଏହି ୪ଟି ଟିମ ସେମି ଫାଇନାଲ ଯାଏଁ ପହଞ୍ଚିବା ଆଶା କରାଯାଉଛି ।

ସେହିଭଳି ଭାବେ ୱେଷ୍ଟଇଣ୍ଡିଜ (୫ଟି ମ୍ୟାଚ, ୩ ଅଙ୍କ) ଓ ଶ୍ରୀଲଙ୍କା (୫ଟି ମ୍ୟାଚ, ୪ ଅଙ୍କ) ପାଇଁ ମଧ୍ୟ ସେମି ଫାଇନାଲ ଯାଏଁ ପହଞ୍ଚିବା କଠିନ । କାରଣ ଏମାନେ ମ୍ୟାଚ ତାଙ୍କ ଠାରୁ ମଜବୁତ ଟିମ ସହ ହେବ ।

ଆଉ ଏକ ଟିମରୁ ଅଧିକ ସମ୍ଭାବନା ରହିଛି । ସେ ହେଲା ବାଙ୍ଗଲାଦେଶ । ବାଙ୍ଗଲାଦେଶ ୫ଟି ମ୍ୟାଚରେ ୩ ଅଙ୍କ ହାସଲ କରିଛି । ବାଙ୍ଗଲାଦେଶ ଆଗକୁ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ସହ ଖେଳିବ । ଯଦି ବାଙ୍ଗଲାଦେଶ ଭାରତ ଓ ଅଷ୍ଟ୍ରେଲିଆ ଠାରୁ ହାରିଯାଏ ତାହେଲେ ମଧ୍ୟ ୯ ଅଙ୍କ ସହ ଆଗକୁ ଯିବା ସମ୍ଭବ ଜଣାପଡ଼ୁନାହିଁ । ଶୀର୍ଷ ୪ଟି ଟିମରେ ଭାରତ ସାମିଲ ଅଛି । ଶୀର୍ଷ ୪ଟି ଟିମର ନେଟ ରନ ରେଟ ମଧ୍ୟ ଗୁଣାତ୍ମକ ରହିଛି ।

ଅପରପକ୍ଷରେ ପାକିସ୍ତାନ ଇଂଲଣ୍ଡକୁ ପରାସ୍ତ କରି ସମସ୍ତଙ୍କୁ ଚମକାଇ ଦେଇଛି । ତଥାପି ପାକିସ୍ତାନ ସେମିଫାଇନାଲ ଯାଏଁ ଯିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ ।

ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଛାଡି ସବୁ ଟିମ ୫ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଭାରତ ୪ଟି ମ୍ୟାଚ ଖେଳିଥିବାବେଳେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ ଖେଳିଛି । ପାକିସ୍ତାନ ୫ଟି ମ୍ୟାଚ ଖେଳି ୩ ଅଙ୍କ ହାସଲ କରିଛି । ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ ଖେଳି ୩ ଅଙ୍କ ହାସଲ କରିଛି । ତେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟ ସେମିଫାଇନାଲ ଯାଏଁ ପହଂଚିବା ବହୁତ କଠିନ ।

   Related Posts