ଆଜିଠୁ କ୍ରିକେଟ୍ ମହାକୁମ୍ଭ ଆରମ୍ଭ, ୪୬ ଦିନରେ ଖେଳାଯିବ ୪୮ ମ୍ୟାଚ୍

Published By : Prameya-News7 Bureau | May 30, 2019 IST

ଲଣ୍ଡନ ୩୦|୫:  ଆଜି ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ, କ୍ରିକେଟ୍ ବିଶ୍ଵ କପ୍ । କ୍ରିକେଟ୍ ମହାକୁମ୍ଭ ପାଇଁ ରଣଭୂମି ପ୍ରସ୍ତୁତ ଥିଲା ବେଳେ ୧୦ ଅଂଶ ଗ୍ରହଣକାରୀ ଦଳ ମଇଦାନକୁ ଓହ୍ଲାଇବ । ୪୬ ଦିନରେ ୪୮ ମ୍ୟାଚ ଖେଳାଯିବକୁ ଥିବା ମହାଲଢେଇର ପ୍ରମଥ ମ୍ୟାଚ ଆଜି ଖେଳାଯିବ ।

ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ଏ ପର୍ଯ୍ୟନ୍ତ ବିଶ୍ଵ କପ ଜିତି ପାରି ନାହାନ୍ତି । ପ୍ରଥମ ମ୍ୟାଚ୍ ଜିତି ବିଶ୍ଵ କପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇ ଶକ୍ତିଶାଳୀ ଦଳ । ଅନ୍ୟପଟେ ଇଂଲଣ୍ଡ ପାଇଁ ନିଜର ଘରୋଇ ମାଟିରେ ବିଶ୍ଵ କପ୍ ଖେଳିବା ଏକ ଅଗ୍ନିପରୀକ୍ଷା ସଦୃଶ ହେବ । ଏହା ସହିତ ୨ ଥର ଦିନିକିଆରେ ନୂତନ ରେକର୍ଡ ସହିତ ୬ ୱିକେଟରେ ୪୮୧ ରନର ବିଶ୍ଵ ରେକର୍ଡ ଇଂଲଣ୍ଡ ନିଜ ନାଁରେ କରିଛି ।

ଏଥର ବିଶ୍ଵ କପରେ ଇଂଲଣ୍ଡ ହେଉଛି ଦାବିଦାର । ଦଳର ବ୍ୟାଟିଂ ସବୁଠୁ ଶକ୍ତିଶାଳୀ ରହିଛି । ଦଳରେ ପାଖରେ ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ, ଇଅନ ମୋର୍ଗାନ ତଥା ଜୋସ୍ ବଟଲରଙ୍କ ପରି ମଜବୁତ ବ୍ୟାଟସମ୍ୟାନ ଅଛନ୍ତି ।

ଅନ୍ୟ ପଟେ ବିଶ୍ଵ କପରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ନିରାଶଜନକ ରହିଛି। ଦଳ ଏ ପର୍ଯ୍ୟନ୍ତ ୪ ଥର ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ପାରି ନାହିଁ । ଦଳ ପାଖରେ ହାସିମ ଆମଲା, କ୍ଵିଣ୍ଟନ ଡିକକ, ଫାଫ ଡୁପ୍ଲେସିସ୍, ଡେଭିଡ ମିଲରଙ୍କ ପରି ବ୍ୟାଟସମ୍ୟାନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.