ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ, ୦୧|୦୭:  ଆଇସିସିର ଅଧ୍ୟକ୍ଷ ଶଶାଙ୍କ ମନୋହର ବୁଧବାର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଦୁଇଥର ଆଇସିସିର ଅଧ୍ୟକ୍ଷ ରହିଛନ୍ତି । ଶଶାଙ୍କଙ୍କ ଇସ୍ତଫା ପରେ ଉପାଧ୍ୟକ୍ଷ ଇମରାନ ଖ୍ୱାଜା ଏହି ପଦ ସମ୍ଭାଳିବେ । ଅତିଶୀଘ୍ର ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଆଇସିସି ବୋର୍ଡ କିଛି ସପ୍ତାହ ମଧ୍ୟରେ ଏହାକୁ ମଞ୍ଜୁରୀ ଦେଇପାରେ ।

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସ୍ୱାହନେ କହିଛନ୍ତି ଯେ, ଆଇସିସି ବୋର୍ଡ ଅଫ୍ ଷ୍ଠାଫ୍ ଏବଂ ସମଗ୍ର କ୍ରିକେଟ ପରିବାର ତରଫରୁ ଶଶାଙ୍କଙ୍କୁ ତାଙ୍କ କାମ ପାଇଁ ଧନ୍ୟବାଦ । ସେ କ୍ରିକେଟ ପାଇଁ ଅନେକ କିଛି କରିଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାରର ଭବିଷ୍ୟତ ପାଇଁ ଶୁଭକାମନା ।

ଖବର ଆସିଥିଲା ଯେ, ବିସିସିଆଇ ଶଶାଙ୍କଙ୍କ ଉପରେ ଖୁସି ନଥିଲା । ତାଙ୍କ ବିରୋଧରେ ଟି୨୦ ବିଶ୍ୱକପ ଆୟୋଜନକୁ ନେଇ ଅନେକ ଅଭିଯୋଗ ଆସିଥିଲା । ବିସିସିଆଇ ଟି୨୦ ବିଶ୍ୱକପ ଆୟୋଜନର ପ୍ରଭାବ ଆଇପିଏଲ ଉପରେ ପଡିବ ବୋଲି ମନେ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.