Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟର ପ୍ରକୋପ, ମହିଳା କ୍ରିକେଟ୍ ବିଶ୍ଵ କପ୍ କ୍ଵାଲିଫାୟର ରଦ୍ଦ କଲା ICC

27/11/2021 at 5:19 PM

ନୂଆଦିଲ୍ଲୀ ୨୭।୧୧:  ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂତନ ଭାରିଏଣ୍ଟକୁ ନେଇ ଦୁନିଆରେ ଚହଳ ପଡିଛି। ନୂତନ ଭାରିଏଣ୍ଟ ବ୍ୟାପିବା ପୂର୍ବରୁ ଅନେକ ଦେଶ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରି ଦେଲେଣି। ଦକ୍ଷିଣ ଆଫ୍ରିକା ସହ ବିମାନ ଉଡାଣ ମଧ୍ୟ ରଦ୍ଦ କଲେଣି। ଏମିତି ସ୍ଥିତିରେ ଏହାର ପ୍ରଭାବ କ୍ରୀଡା ଉପରେ ପଡିଛି। ନୂତନ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ଆଇସିସି ପଡୋଶୀ ଦେଶ ଜିମ୍ଵାଓ୍ଵେରେ ଚାଲିଥିବା ମହିଳା କ୍ରିକେଟ୍ ବିଶ୍ଵ କପ୍‌ର କ୍ଵାଲିଫାୟର ରଦ୍ଦ କରିଛି।

ଆଇସିସି ଶନିବାର ଏହାର ସୂଚନା ଦେଇଛି। ହରାରେ ଖେଳାଯାଉଥିବା କ୍ଵାଲିଫାୟରରେ ବାଂଲାଦେଶ, ପାକିସ୍ତାନ ଓ ଓ୍ଵେଷ୍ଟଇଣ୍ଡିଜ ଆଇସିସି ରାଙ୍କିଙ୍ଗରେ ଶୀର୍ଷ ଦଳ ହୋଇଥିବା କାରଣରୁ ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପଟେ ଭାରତୀୟ କ୍ରିକେଟ୍ ଦଳର ଡିସେମ୍ବର ଦ୍ଵିତୀୟ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଅଛି। ତେବେ କରୋନାର ନୂତନ  ଭାରିଏଣ୍ଟ କାରଣରୁ ଭାରତୀୟ ଦଳର ଗସ୍ତ ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି। ଏହି ଗସ୍ତରେ ଭାରତୀୟ ଦଳ  ତିନି ମ୍ୟାଚ୍‌ର ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳାଯିବାର ଅଛି। ତେବେ ଏ ନେଇ ବିସିସିଆଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ବର୍ତ୍ତମାନ ଭାରତୀୟ ଏ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି।

   Related Posts