Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||
  • ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ: ୨ ପୂଜକ ପଜିଟିଭ, ୧୪୪ ଧାରା ଜାରି ଓ ଦର୍ଶନ ବନ୍ଦ
  • ||

ବିଶ୍ବ କପ୍ ବିଜେତା ବିବାଦ ଯୋଗୁଁ ଆଇସିସି ଉପରେ ବଢୁଛି ଚାପ, ନେଇପାରେ ଏହି ବଡ ନିଷ୍ପତ୍ତି

17/07/2019 at 12:33 PM

ନୂଆଦିଲ୍ଲୀ ୧୭|୭: ଯେଉଁ ଭଳି ଭାବେ ୨୦୧୯ ବିଶ୍ବକପ୍ ଫାଇନାଲ ମ୍ୟାଚ୍ ରେ ଇଂଲଣ୍ଡକୁ ବିଜେତା ଭାବେ ଚୟନ କରାଯାଇଛି ତାହା କ୍ରିକେଟ୍ ଜଗତର ସମସ୍ତ ଖେଳାଳି ଆଚମ୍ବିତ କରିଛି । ଏଭଳି ନିଷ୍ପତ୍ତିକୁ ମଧ୍ୟ ନିନ୍ଦା କରାଯାଇଛି । ବିଶ୍ବକପ୍ ଫାଇନାଲରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ଟିମ୍ ସମାନ ସ୍କୋର କରି ସୁପର ଓଭରରେ ମଧ୍ୟ ସମାନ ରନ୍ କରି ମ୍ୟାଚ୍ କୁ ଟାଇ କରିଥିଲେ । ଛକା ଏବଂ ଚୌକା ହିସାବରେ ଇଂଲଣ୍ଡକୁ ଯେଉଁଭଳି ଭାବେ ବିଜେତା ଘୋଷଣା କରାଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା । ଯାହାକୁ ନେଇ କ୍ରିକେଟ୍ ଜଗତର ବରିଷ୍ଠ ଖେଳାଳିମାନେ ଆଇସିସି ନିୟମ ଉପରେ ଅଙ୍ଗୁଳି ଉଠାଇଛନ୍ତି ।  ଆଇସିସିର ଏଭଳି ନିଷ୍ପତ୍ତିକୁ ସମସ୍ତେ ନିନ୍ଦା ମଧ୍ୟ କରିଛନ୍ତି ।

ଏବେ ଏଭଳି ନିୟମକୁ ନେଇ ଆଇସିସି ଉପରେ ଚାରିଆଡୁ ଚାପ ପଡୁଛି । ବିଶ୍ବ କପ୍ କ୍ରିକେଟ୍ ଖେଳର ସବୁଠୁ ବଡ ପ୍ଲାଟଫର୍ମ । ମାତ୍ର ଯଦି ଏହି ଓ୍ବାର୍ଲ୍ଡ କପ୍ ର ଫାଇନାଲ୍ ନିଷ୍ପତ୍ତି ଏହିଭଳି ଭାବେ ନ୍ୟାୟ ସଙ୍ଗତ ନହୁଏ ତେବେ ଏଭଳି ନିୟମକୁ ବାଦ୍ ଦେବା ହିଁ ଉଚିତ୍ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଯାହାକୁ ନେଇ ଆଇସିସିରେ ମଧ୍ୟ ବହୁ ତର୍କ ବିତର୍କ ହୋଇଛି । ଫଳରେ ଖୁବ୍ ଶୀଘ୍ର ଆଇସିସି ଏହି ନିୟମ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

   Related Posts