Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟି -୨୦ ବିଶ୍ଵକପ୍ ହେବ କି ନାହିଁ, ଜୁନ୍ ୧୦ରେ ନିଷ୍ପତ୍ତି: ଆଇପିଏଲ ଉପରେ ଘନେଇଲା ବିପଦ

28/05/2020 at 9:41 PM

ନୂଆଦିଲ୍ଲୀ ୨୮।୦୫:  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ICC) ବୋର୍ଡ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ସହିତ ନିଜର ଏଜେଣ୍ଡାରେ ସାମିଲ ସମସ୍ତ ମାମଲାରେ ନିଆଯିବାକୁ ଥିବା ନିଷ୍ପତ୍ତିକୁ ଜୁନ୍ ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ଗୁରୁବାର ଆଇସିସି ବୋର୍ଡର ଟେଲି କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ମହତ୍ଵପୂର୍ଣ୍ଣ ବୈଠକରେ ସବୁ ପ୍ରସଙ୍ଗ ଉପରେ ଜୁନ ୧୦ରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ଟି-୨୦ ବିଶ୍ଵକପ୍‌ର ଆୟୋଜନ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ହେବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଗୁରୁବାର ଆଇସିସିର ବୈଠକ ଉପରେ ସଭିଙ୍କ ନଜର ଥିଲା। କାରଣ ଏଥିରେ ଟି-୨୦ ବିଶ୍ଵକପ୍‌ ୨୦୨୦ର ଭାଗ୍ୟର ନିଷ୍ପତ୍ତି ହେବାର ଥିଲା, କିନ୍ତୁ ଏମିତି କିଛି ହୋଇ ନାହିଁ। ଆଇସିସିର  ବୈଠକରେ ଟି-୨୦ ବିଶ୍ଵ କପ୍‌ର ଆୟୋଜନ କିମ୍ବା ଏହାକୁ ଘୁଞ୍ଚାଇବା ଉପରେ ନିଷ୍ପତ୍ତି ହୋଇ ପାରିନାହିଁ। ଏବେ ପୁଣି ଜୁନ୍‌ ୧୦ରେ ହେବାକୁ ଥିବା ବୈଠକକୁ ସଭିଙ୍କ ଅପେକ୍ଷା।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଖବର ଆସିଥିଲା ଯେ, ଟି-୨୦ ବିଶ୍ଵକପ୍‌ ୨୦୨୦ର ଆୟୋଜନ ଦୁଇ ବର୍ଷ ଲାଗି ଘୁଞ୍ଚାଯାଇପାରେ। ମାତ୍ର ଆଇସିସି ଅଚାନକ ଏହା ଉପରେ ନିଷ୍ପତ୍ତି ନେବାକୁ ଆହୁରି ସମୟ ନେଇଛି। ଏହି ଖବର ବିସିସିଆଇ ଲାଗି କଦାପି ଶୁଭ ସଙ୍କେତ ନୁହେଁ। କାରଣ ଯଦି ଟି-୨୦ ବିଶ୍ଵ କପ୍‌ର ଆୟୋଜନ ହୁଏ ତେବେ ଭାରତୀୟ କ୍ରିକେଟ୍ ବୋର୍ଡ ଆଇପିଏଲର ଆୟୋଜନ କରି ପାରିବ ନାହିଁ। ଏଥିରେ ବୋର୍ଡର ବିପୁଳ କ୍ଷତି ହୋଇପାରେ।

   Related Posts