Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ଆସନ୍ତାକାଲି ଆଇସିସି ବୈଠକ, ପରବର୍ତ୍ତୀ ସଭାପତି ଚୟନ ଉପରେ ସଭିଙ୍କ ନଜର

9/08/2020 at 9:38 PM

ଦୁବାଇ ୦୯।୦୮: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସୋମବାର ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନେଇ ଆଲୋଚନା ହେବ। ଏହା ସହିତ ଶଶାଙ୍କ ମନୋହରଙ୍କ ଉତ୍ତରାଧିକାରୀଙ୍କ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟାକୁ ଅନ୍ତିମ ରୂପ ଦିଆଯାଇପାରେ। ନିଷ୍ପତ୍ତି ନିର୍ବାଚନ ଜରିଆରେ ହେଉ  କି ସର୍ବସମ୍ମତିକ୍ରମେ ହେଉ କିନ୍ତୁ ଚାରି ସପ୍ତାହ ଭିତରେ ପୂରା ପ୍ରକ୍ରିୟା ଶେଷ କରିବାକୁ ପଡିବ। କାଲିର ବୈଠକର କାର୍ଯ୍ୟସୂଚୀରେ କେବଳ ନାମାଙ୍କନ ପ୍ରକ୍ରିୟା ରହିଥିବା ବୋର୍ଡର ଜଣେ ଜୈନକ ଅଧିକାରୀ କହିଛନ୍ତି।

ସାଧାରଣତଃ ଆଇସିସିରେ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ରହିଥାଏ। ଆଇସିସିର ୧୭ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ୧୨ ଟେଷ୍ଟ ଖେଳୁଥିବା ଦେଶ, ତିନି ସହଯୋଗୀ ରାଷ୍ଟ୍ର(ମାଲେସିଆ, ସ୍କଟଲାଣ୍ଡ, ସିଙ୍ଗାପୁର)। ଜଣେ ପ୍ରାର୍ଥୀଙ୍କୁ ଆଇସିସିର କୌଣସି ପୂର୍ବତନ କିମ୍ବା ବର୍ତ୍ତମାନର ନିର୍ଦ୍ଦେଶକଙ୍କ ଦ୍ଵାର ନାମିତ କରାଯାଇ ପାରିବ ମାତ୍ର ନିର୍ବାଚନ ପାଇଁ ପ୍ରାର୍ଥିତ୍ଵ ସ୍ଥିର କରିବା ପାଇଁ ତାଙ୍କ ପାଖରେ ବର୍ତ୍ତମାନର ଦୁଇ ନିର୍ଦ୍ଦେଶକଙ୍କ ସମର୍ଥନ ରହିବା ଉଚିତ୍।

କୋଲିନ ଗ୍ରେବ୍ସ ସର୍ବାଗ୍ରେ

ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍‌ ବୋର୍ଡର ପୂର୍ବତନ ସଭାପତି କୋଲିନ ଗ୍ରେବ୍ସ ମନୋହରଙ୍କ ସ୍ଥାନ ନେବା ପାଇଁ ଦୌଡରେ ସର୍ବାଗ୍ରେ ରହିଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍‌ର ପୂର୍ବତନ ସଭାପତି ଡେଭ କ୍ୟାମେରନ ମଧ୍ୟ ତାଙ୍କ ପାଖରେ ନିର୍ବାଚନ ଲଢିବା ପାଇଁ ଆବଶ୍ୟକ ସଂଖ୍ୟା ବଳ ଥିବା ଦାବି କରିଛନ୍ତି। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଇସିସିର ସଭାପତି କରିବାକୁ ଅନେକ ଦେଶର କ୍ରିକେଟ୍ ବୋର୍ଡ ଚାହୁଁଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଗ୍ରେମ ସ୍ମିଥ୍ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ସଭାପତି କରିବାକୁ ସମର୍ଥନ କରିଛନ୍ତି।

   Related Posts