ଆଇସିସି ଆରମ୍ଭ କଲା ନୂତନ ଆଓ୍ଵାର୍ଡ 'ପ୍ଲେୟାର ଅଫ ଦ ମନ୍‌ଥ', ଭାରତର ଏହି ଚାରି ଖେଳାଳି ମନୋନୀତ

Published By : Prameya-News7 Bureau | January 27, 2021 IST

ଦୁବାଇ ୨୭।୦୧: ଖେଳାଳିଙ୍କୁ ପୁରସ୍କୃତ କରିବା ପାଇଁ ଆଇସିସି ଆରମ୍ଭ କଲା ଏକ ନୂତନ ଆଓ୍ଵାର୍ଡ କାର୍ଯ୍ୟକ୍ରମ 'ପ୍ଲେୟାର ଅଫ ଦ ମନ୍‌ଥ'। ଭାରତର  ବରିଷ୍ଠ ଅଫ ସ୍ପିନର ଆର ଅଶ୍ଵିନ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରିଛି। ଅଶ୍ଵିନ ଓ ପନ୍ତଙ୍କ ବ୍ୟତୀତ ଭାରତର ମହମ୍ମଦ ସିରାଜ ଓ ଟି ନଟରାଜନ ମଧ୍ୟ ଏହି ଆଓ୍ଵାର୍ଡ ଦୌଡରେ ଅଛନ୍ତି। ଏହି ସବୁ ଖେଳାଳି ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ଆଇସିସି କହିଛି, ପ୍ରତି ମାସ ସବୁ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଥିବା ମହିଳା ଓ ପୁରୁଷ କ୍ରିକେଟରଙ୍କୁ ଏହି ପୁରସ୍କାର ଦିଆଯିବ।

ଜାନୁଆରୀ ମାସ ପାଇଁ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍, ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ୍, ଆଫଗାନିସ୍ତାନର ରହମାନୁଲ୍ଲାହ ଗୁରବାଜ, ଦକ୍ଷିଣ ଆଫ୍ରିକାର ମରିଜାନେ କାପ ଓ ନାଦିନ ଡେ କ୍ଲେର୍କ ଏବଂପ ପାକିସ୍ତାନର ନିଦା ଡାର ମଧ୍ୟ ସାମିଲ। ଆଇସିସି କହିଛି,ପ୍ରଶଂସକଙ୍କୁ ପ୍ରତି ମାସରେ ଅନଲାଇଟ୍ ଭୋଟିଂ ପାଇଁ ନିମନ୍ତ୍ରଣ କରାଯାଇଛି। ଅନଲାଇନ୍‌ ଭୋଟିଂ ବ୍ୟତୀତ ଏକ ସ୍ଵତନ୍ତ୍ର ଆଇସିସି ଭୋଟିଂ ଏକାଡେମୀ ମଧ୍ୟ ଗଠନ ହୋଇଛି। ଏଥିରେ ପୂର୍ବତନ ଖେଳାଳି, ପ୍ରସାରକ ଓ ସାମ୍ବାଦିକ ସାମିଲ।

ଆଇସିସି ମହା ପ୍ରବନ୍ଧକ ଜ୍ୟୋଫ ଅଲାର୍ଡିସ୍ କହିଛନ୍ତି, ଆଇସିସି ମାସର ଶ୍ରେଷ୍ଠ ଖେଳାଳିଙ୍କ ଆଓ୍ଵାର୍ଡ ଜରିଆରେ ପ୍ରଶଂସକଙ୍କ ସହ ଯୋଡି ହେବାର ସୁଯୋଗ ମିଳିବ। ପ୍ରତିଟି ବର୍ଗ ପାଇଁ ତିନି ନମିନେସନ  ଆଇସିସି ପୁରସ୍କାର  ନାମାଙ୍କନ କମିଟି ସ୍ଥିର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.