ବାଂଲାଦେଶୀ ଅଲରାଉଣ୍ଡର ଶକିବ ଅଲ ହସନଙ୍କ ଉପରେ ଲାଗିଲା ବ୍ୟାନ, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 29, 2019 IST

ବାଂଲାଦେଶ କ୍ରିକେଟ ଟିମ୍ ର କ୍ୟାପ୍ଟେନ ଶକିବ ଅଲ ହସନଙ୍କ ଉପରେ ୨ ବର୍ଷ ଲାଗି ବ୍ୟାନ ଲାଗୁ କରାଯାଇଛି। ଏଥିରୁ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଦ୍ୱିତୀୟ ବର୍ଷଟି ନିଲମ୍ବନ ପ୍ରତିବନ୍ଧକ ଲଗାଇଛନ୍ତି ଆଇସିସି। ତେବେ ଶକିବ ଆଇସିସିଙ୍କ ସମ୍ମୁଖରେ ନିଜର ଭୁଲ ସ୍ୱୀକାର କରିଯାଇଛନ୍ତି। ହେଲେ ବ୍ୟାନ ଲାଗିବା ଯୋଗୁ ଦୁଃଖ ବ୍ୟକ୍ତ କରିବା ସହ ଦଣ୍ଡ ସ୍ୱୀକାର କରୁଥିବା କହିଛନ୍ତି।

{"id":176595,"width":581,"height":325}

ଆଇସିସିଙ୍କ ଭ୍ରଷ୍ଟାଚାର ନିରୋଧକ ୟୁନିଟି ଦୁର୍ନୀତି ବିରୋଧୀ ସଂଗ୍ରାମରେ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ତେବେ ବୁକିମାନଙ୍କର ଅଫର ସମ୍ପର୍କରେ ନ ଜଣାଇ ମୁଁ ମୋର ଦାୟିତ୍ୱ ନିର୍ବାହ କରିନଥିବାରୁ ଦଣ୍ଡିତ ହୋଇଛି ବୋଲି କହିଛନ୍ତି। ଆଇସିସିଙ୍କ ପ୍ରତିବନ୍ଧକ ପରେ ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆ ପ୍ରିମିୟର ଲିଗ୍ ସମେତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବାଦ ପଡିବେ।

{"id":176596}

ବିସିବିଙ୍କ ସର୍ତ୍ତ ଉଲ୍ଲଂଘନ ଯୋଗୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହା ଛଡା ତାଙ୍କ ବିରୋଧରେ ବୁକିଙ୍କ ସହ ସମ୍ପର୍କ ରଖିବାର ଅଭିଯୋଗ ବି ମିଳିଥିଲା। ତେବେ ବାଂଲାଦେଶ ଟିମ୍ ବୁଧବାର ଭାରତ ଗସ୍ତରେ ଆସୁଥିବା ବେଳେ ଆଇସିସିଙ୍କ ପ୍ରତିବନ୍ଧକ ଯୋଗୁ ଶକିବ୍ ଏଥିରୁ ବାଦ ପଡିବେ। ତାଙ୍କ ଅନୁପସ୍ଥିତିରେ ମୁଶଫିର ରହିମ ଟେଷ୍ଟ ମ୍ୟାଚ୍ ରେ ଓ ମହମୁଦଲ୍ଲାହ ଟି-୨୦ ମ୍ୟାଚ୍ ରେ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.