ବିସିସିଆଇ କଥା ମାନିଲା ଆଇସିସି, ଟି-୨୦ ବିଶ୍ଵ କପ୍ ପାଇଁ ଦେଲା ଜୁନ ୨୮ ପର୍ଯ୍ୟନ୍ତ ସମୟ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୧।୦୬: ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ କରୋନା ସଂକ୍ରମଣ କାରଣରୁ ଦେଶରେ ଏହି ବିଶ୍ଵ ଟି-୨୦ ବିଶ୍ଵ କପର ଆୟୋଜନ ନେଇ ସସପେନ୍ସ ଜାରି ରହିଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ସମୟ ଦେବାକୁ ଅନୁରୋଧ କରିଥିଲା। ଏବେ ଆଇସିସି ବିସିସିଆଇକୁ ଜୁନ ୨୮ ପର୍ଯ୍ୟନ୍ତ ସମୟ ଦେଇଛି।

ଆଇସିସିର  ମଙ୍ଗଳବାର ହୋଇଥିବା ବୋର୍ଡ ମିଟିଂରେ ଭାରତ ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ଉପସ୍ଥିତ ଥିଲେ। ଟି-୨୦ ବିଶ୍ଵ କପ୍ ଚଳିତ ବର୍ଷ ଭାରତରେ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାର ଅଛି। ବିସିସିଆଇ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ଗୋଟିଏ ମାସର ସମୟ ଦେବାକୁ ଅନୁରୋଧ କରିଥିଲା। ଏବେ ବୋର୍ଡର ଅନୁରୋଧକୁ ଆଇସିସି ସ୍ଵୀକାର କରିଛି।  ଟି-୨୦ ବିଶ୍ଵ କପର ଆୟୋନ ଉପରେ ନିଷ୍ପତି ନେବାକୁ ବିସିସିଆଇକୁ ୨୮ ଜୁନ ପର୍ଯ୍ୟନ୍ତ ସମୟ ଦେଇଛି।

ବିସିସିଆଇ ଯଦି ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ପାରିବ ନାହିଁ ତେବେ ଏହାକୁ ୟୁଏଇରେ ଆୟୋଜନ କରାଯିବ। ଟି-୨୦ ବିଶ୍ଵ କପ୍ ପୂର୍ବରୁ ସେଠାରେ ଆଇପିଏଲ ୨୦୨୧ର ଅବଶିଷ୍ଟ ୩୧ ମ୍ୟାଚ୍‌ ଆୟୋଜନ ହେବ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ଆଇପିଏଲର  ବଳକା ମ୍ୟାଚ୍ ଖେଳାଯିବ। ଯଦି ବିଶ୍ଵ କପ୍ ୟୁଏଇ ସ୍ଥାନାନ୍ତର ହୁଏ ତେବେ ବିସିସିଆଇକୁ ମଧ୍ୟ ଏହାର ଆୟୋଜନ କରିବାକୁ ପଡିବ। ଆଇସିସିର ଜଣେ ସଦସ୍ୟ କହିଛନ୍ତି, ବିସିସିଆଇ ଭାରତରେ ବିଶ୍ଵ କପ୍ ଆୟୋଜନ କରିବାକୁ ଚାହୁଁଛି। ବିସିସିଆଇ ଏହି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.