୨୦୨୨ ମହିଳା ବିଶ୍ୱକପର ସୂଚୀ ଜାରି ହେଲା, ସମୁଦାୟ ୩୧ ମ୍ୟାଚ୍, ପ୍ରାରମ୍ଭିକ ମ୍ୟାଚରେ ଭାରତକୁ କରିବାକୁ ହେବ କଡା ମୁକାବିଲା
15/12/2020 at 1:31 PM

ନୂଆଦିଲ୍ଲୀ,୧୫/ ୧୨: ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ୨୦୨୨ ମହିଳା କ୍ରିକେଟ ବିଶ୍ବକପର କ୍ରୀଡାସୂଚୀ ଜାରି କରିଛି। ୨୦୨୨ରେ ହେବାକୁ ଥିବା ଦ୍ୱାଦଶ ମହିଳା କ୍ରିକେଟ ମହାକୁମ୍ଭରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି। ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ୨୦୨୨ ମାର୍ଚ୍ଚ ୪ ତାରିଖରେ ଖେଳାଯିବ। ଏହା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ସେହିପରି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଓ୍ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ । ଏପ୍ରିଲ ୩ ତାରିଖରେ ଖ୍ରୀଷ୍ଟଚର୍ଚ୍ଚ ମଇଦାନରେ ଫାଇନାଲ ମ୍ୟାଚ୍ ଖେଳାଯିବ ଖେଳାଯିବ। ତେବେ ଟିମ୍ ଇଣ୍ଡିଆ ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ ।
The 12th edition of the ICC Women’s @cricketworldcup will take place in New Zealand from 4 March to 3 April in 2022 🎉
— ICC (@ICC) December 15, 2020
Who will lift the trophy this time? 🏆 #WWC22 pic.twitter.com/1YWUjgpLjb
ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଓ ଫାଇନାଲ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ଓଭାଲ ମଇଦାନରେ ଖେଳାଯିବ। ଭାରତ ବିଶ୍ବକପର ଚଳିତ ଥର ୭ଟି ମ୍ୟାଚ୍ ଖେଳିବ। ଦଳ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍ ସହ ୪ଟି ମ୍ୟାଚ୍ ଖେଳିବା ପରେ ୩ଟି ମ୍ୟାଚ୍ କ୍ବାଲିଫାଏର ଟିମ୍ ସହ ଖେଳିବ ।
ଭାରତ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳ ମିତାଲୀ ରାଜ କହିଛନ୍ତି ଯେ, ୨୦୨୦ ବର୍ଷକୁ ଏକ କଳା ବର୍ଷ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ଏକ ଦୁଃସ୍ବପ୍ନ ଭଳି ରହିଥିଲା। ଯାହାଫଳରେ ବହୁତ କମ୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି । ବହୁଦିନ ପରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ ଫେରିଥିବାରୁ ଖୁସି ଲାଗୁଛି। ଭାରତ ବିଗତ ୩ ବର୍ଷ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି ।