Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରାଙ୍କ ପରେ ଏବେ ପୁଅ ଇବ୍ରାହିମ୍ କରିବେ ବଲିଉଡ୍ରେ ଏଣ୍ଟ୍ରି

1/04/2019 at 5:14 PM

ମୁମ୍ବାଇ୧|୪: ସୈଫ୍‌ ଅଲ୍ଲୀ ଖାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ଲାଡଲୀ ଝିଅ ସାରା ଅଲ୍ଲୀ ଖାନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷ “କେଦାରନାଥ” ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ସାରା ଡେବ୍ୟୁ କରିଥିଲେ। ସେ ଦୁଇଟି ଫିଲ୍ମରେ ଅଭିନୟ କରି ହିନ୍ଦି ସିନେମା ଜଗତରେ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି । ସାରାଙ୍କ ଅଭିନୟକୁ ବହୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ତେବେ ବଲିଉଡରେ ସାରା ପାଦ ଦେଲା ପରେ  ଏବେ ତାଙ୍କ ଭାଇ ଇବ୍ରାହିମ୍‌ ଖାନ୍‌ ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବେ।
ସୂଚନାଯୋଗ୍ୟ ଯେ, ଇବ୍ରାହିମ୍‌ ତାଙ୍କ ବାପା ସୈଫ୍‌ଙ୍କୁ କହିଥିଲେ ଯେ, ସାରାଙ୍କ ଭଳି ସେ ମଧ୍ୟ ବଲିଉଡ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି। ତେବେ ଇବ୍ରାହିମ୍‌ଙ୍କ ପାଇଁ ସୈଫ୍ ଫିଲ୍ମ ପ୍ରଡ୍ୟୁସ୍‌ କରିବାର ଯୋଜନା କରୁଛନ୍ତି। ଏବେ ଇବ୍ରାହିମ୍‌ଙ୍କୁ ପରଦାକୁ ଆଣିବା ପାଇଁ ପ୍ରସ୍ତୁତ କରାଯାଉଛି । ସାରାଙ୍କ ବଲିଉଡ ଡେବ୍ୟୁରେ ବାପା ସୈଫ୍‌ ଖୁସି ହୋଇନଥିଲେ। ସୈଫ୍‌ ଚାହୁଁଥିଲେ ଯେ, ସାରା ନିଜ ପାଠ ପଢ଼ା ସମ୍ପୂର୍ଣ୍ଣ କରିବା ପରେ ବଲିଉଡରେ ପାଦ ଦିଅନ୍ତୁ।

କିନ୍ତୁ ସାରା ନିଜ ବାପାଙ୍କ କଥା ନମାନି ସିନେମା ଜଗତରେ ପାଦ ଦେଇଥିଲେ। ସିନେମା ଜଗତରେ ଏଣ୍ଟ୍ରି କରିବାକୁ ସାରାଙ୍କ ମାଁ ଅମୃତା ସିଂହ ତାଙ୍କୁ ସହଯୋଗ କରିଥିଲେ।


‘କେଦାରନାଥ’ ଫିଲ୍ମରେ ନିଜ ଅଭିନୟ ପାଇଁ ସାରା ଫିଲ୍ମଫେୟାର ଆୱର୍ଡ଼ ମଧ୍ୟ ପାଇଛନ୍ତି। ସାରା ଆଗକୁ କାର୍ତ୍ତିକ ଆର୍ୟନଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌-୨’ରେ ଅଭିନୟ କରିବେ। ତେବେ ଇବ୍ରାହିମ୍‌ ବଲିଉଡରେ ଡେବ୍ୟୁ କରିବା ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ସାରାଙ୍କ ଭଳି ତାଙ୍କ ଭାଇ ଜବରଦସ୍ତ ଡେବ୍ୟୁ କରିବେ କି ନାହିଁ , ଏହି ଅପେକ୍ଷାରେ ଦର୍ଶକ ଅଛନ୍ତି।

 

   Related Posts