Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

IBPS PO Exam 2020: କାଲିଠୁ ଆରମ୍ଭ ହେବ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଏହି ସବୁ ଗାଇଡ୍‌ଲାଇନ୍ ମାନିବା କରିବା ଜରୁରୀ

2/10/2020 at 7:38 PM

ନୂଆଦିଲ୍ଲୀ ୦୨।୧୦: ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଙ୍ଗ୍ ପର୍ସନାଲ, ଆଇବିପିଏସ ୨୦୨୦ର ପରୀକ୍ଷା ଅକ୍ଟୋବର ୩ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ଅକ୍ଟୋବର ୩, ୧୦ ଓ ୧୧ ରେ ଆୟୋଜିତ ହେବ। ଏଥିପାଇଁ ଆଡମିଟ୍ କାର୍ଡ ପୂର୍ବରୁ ଜାରି କରାଯାଇଛି। ଏହି ନିଯୁକ୍ତି ଜରିଆରେ ୧୪୧୭ ପଦରେ ଭର୍ତ୍ତି କରାଯିବ। ଅନଲାଇନ୍‌ର ପ୍ରିଲିମନାରୀ ପରୀକ୍ଷାରେ ୧୦୦ ନମ୍ବରର ଅବଜେକଟିଭ୍ ପରୀକ୍ଷା  ହେବ। ପରୀକ୍ଷା ସମୟ ଏକ ଘଣ୍ଟା ରହିଛି। ଏଥିରେ ତିନୋଟି ବିଷୟ ଇଂରାଜୀ ଭାଷା, କ୍ଵାଣ୍ଟିଟେଟିଭ୍ ଆପଟିଚ୍ୟୁଡ୍ ଓ ରିଜଏନିଂରେ ପରୀକ୍ଷା  ହେବ। ପରୀକ୍ଷା ପାଇଁ ଇନଷ୍ଟିଚ୍ୟୁଟ୍‌କୁ କିଛି ନିର୍ଦ୍ଦେଶର ପାଳନ କରିବାକୁ ପଡିବ। ପରୀକ୍ଷାରେ ସାମିଲ ହେବା ପୂର୍ବରୁ ଥରୁଟିଏ ଏହି ମାର୍ଗଦର୍ଶିକା ପଢିବା ପରୀକ୍ଷାର୍ଥୀଙ୍କ ପାଇଁ ଜରୁରୀ …

ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡରେ ଦିଆଯାଇଥିବା ସମୟ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡିବ। ବିଳମ୍ବରେ ପହଞ୍ଚିଲେ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ନିଜ ସହିତ ପାଣି ବୋତଲ ଓ  ହ୍ୟାଣ୍ଡ ସାନିଟାଇଜର, ଆଡମିଟ୍ କାର୍ଡ, ପେନ ଓ ଫଟୋ ନେବାକୁ ପଡିବ।

ପରୀକ୍ଷା କେନ୍ଦ୍ରରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପଡିବ। ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଟ୍‌ ମଧ୍ୟରେ ସାମାଜିକ ଦୂରତା ପାଳନ କରିବାକୁ  ହେବ।

ପରୀକ୍ଷାର୍ଥୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍ କରିବା ବାଧ୍ୟତାମୂଳକ।

ଯେଉଁ ପରୀକ୍ଷାର୍ଥୀ ପ୍ରିଲିମନାରୀ ପରୀକ୍ଷାରେ ପାସ୍‌ ହେବେ ସେମାନେ ମୁଖ୍ୟ ପରୀକ୍ଷାରେ ସାମିଲ ହେବେ। ଅନଲାଇନ୍‌ ମୁଖ୍ୟ ପରୀକ୍ଷା ୨୦୨୦ ନଭେମ୍ଵର ୨୮ରେ ଆୟୋଜିତ ହେବ।

   Related Posts