୮ ରାଜ୍ୟରେ ଆତଙ୍କୀ ହମ୍‌ଲା ଆଶଙ୍କାରେ ଆଲର୍ଟ ଜାରି

Published By : Prameya-News7 Bureau | April 27, 2019 IST

ନୂଆଦିଲ୍ଲୀ ୨୭|୪: ୮ ରାଜ୍ୟରେ ଆତଙ୍କୀ ହମଲା ଆଶଙ୍କାରେ ଆଲର୍ଟ ଜାରି କରାଯାଇଛି । ଆତଙ୍କୀ ହମଲା ଯୋଜନା ନେଇ ବେଙ୍ଗାଲୁରୁ ପୋଲିସକୁ ଅଜଣା ବ୍ୟକ୍ତି ସୂଚନା ଦେଇଥିଲେ । କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ ଏବଂ ପୁଡୁଚେରୀର ପ୍ରମୁଖ ସହରକୁ ଆତଙ୍କୀ ମାନେ ଟାର୍ଗେଟ୍ କରିପାରନ୍ତି । ଟ୍ରେନ୍ ଏବଂ ବସ୍ ରେ ହମଲା ହେବାର ଆଶଙ୍କା ରହିଛି ।

ବେଙ୍ଗାଲୁରୁ ପୋଲିସକୁ ଏନେଇ ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍ ପରେ କର୍ଣ୍ଣାଟକ ଡିଜିପି ଅନ୍ୟ ୭ ରାଜ୍ୟର ଡିଜିପିଙ୍କୁ ଚିଠି ଲେଖିଛନ୍ତି । ଶ୍ରୀଲଙ୍କାରେ ଆତଙ୍କୀ ହମଲା ପରେ ଭାରତୀୟ ତଟ ସୁରକ୍ଷା ବାହିନୀ ସଜାଗ ରହିଛି । ଶ୍ରୀଲଙ୍କା ହମଲା ପରେ ଆତଙ୍କୀମାନେ ଭାରତ ଭିତରକୁ ପଶି ଆସିବା ଲାଗି ଯୋଜନା କରୁଥାଇପାରନ୍ତି । ଏହି ସମୟରେ ଏପରି ଆତଙ୍କୀ ହମଲା ନେଇ ଆଶଙ୍କା ସୁରକ୍ଷା ବାହିନୀ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.