Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଇବି ଆଲର୍ଟ: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହୋଇପାରେ ଡ୍ରୋନ ହମଲା, ମେଟ୍ରୋ ସହର ବି ଟାର୍ଗେଟ୍‌ରେ

20/07/2021 at 5:56 PM

ନୂଆଦିଲ୍ଲୀ ୨୦।୦୭: ଆଗାମୀ ସ୍ଵାଧୀନତା ଦିବସକୁ ଦୃଷ୍ଟିରେ ରଖି ଭାରତର ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ଆଲର୍ଟ ଜାରି କରିଛି। ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରେ କେବେ ବି ଡ୍ରୋନ ଆକ୍ରମଣ ହୋଇପାରେ। ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରଦେଶରେ ଆତଙ୍କୀ ଘଟଣା ଘଟାଇବାରେ ବିଫଳ ଆତଙ୍କବାଦୀ ଏବେ ଦେଶର ରାଜଧାନୀକୁ ଦୋହଲାଇବାକୁ ବଡ ଯୋଜନା କରୁଛନ୍ତି।

ଗୁଇନ୍ଦା ବିଭାଗର ଇନପୁଟ୍‌ର ଖବର ଅନୁଯାୟୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଏସ ଦିଲ୍ଲୀ ସହିତ ଦେଶର ମେଟ୍ରୋ ସହର ସମେତ ଅନେକ ସହରରେ ହମଲା କରି ପାରନ୍ତି। ଆତଙ୍କବାଦୀଙ୍କୁ ମାନବ ବୋମା କରି କିମ୍ବା ଟାର୍ଗେଟ୍ କିଲିଂ ଜରିଆରେ ଆତଙ୍କ ଘଟଣା ଭିଆଇ ପାରନ୍ତି।

ଦେଶର ପ୍ରମୁଖ ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ଏହି ଧରଣର ତଥ୍ୟ ମିଳିଛି। ସୂଚନା ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି। ଦିଲ୍ଲୀର ଅନେକ ସ୍ଥାନରେ ଅର୍ଦ୍ଧସୈନିକ ଯବାନଙ୍କୁ ମୁତୟନ କରାଯାଇଛି।

ଦିଲ୍ଲୀ ପୋଲିସର ଆତଙ୍କ ନିରୋଧୀ ସେଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲାହୋରର ଜୌହର  ହାଉସରେ ରାଜସ୍ଵ ବୋର୍ଡ ହାଉସିଂ ସୋସାଇଟିରେ ଦେଶର ସବୁଠୁ ବଡ ଶତ୍ରୁ ହାଫିଜ ସଇଦର ବାସଭବନ ବାହାରେ ଜୁନ ୨୩ରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ଭାରତର କିଛି ଯାଏ ଆସେ ନାହିଁ।

ମାତ୍ର ଆଇଏସଆଇ ଓ ହାଜିଫ ସଇଦ ଏହି ବିସ୍ଫୋରଣର ବାହାନା କରି ଆତଙ୍କୀ ଆକ୍ରମଣ କରାଇପାରେ। ଗୁଇନ୍ଦା ଇନପୁଟ୍ ମିଳିଛି ଯେ, ଦେଶର ଗୁରୁତ୍ଵପୂର୍ଣ୍ଣ କୋଠା ଓ ଜନଗହଳି ଅଞ୍ଚଳକୁ ଟାର୍ଗେଟ୍ କରାଯାଇପାରେ। ବିଶେଷ କରି ଦେଶର ମେଟ୍ରୋ ସହରକୁ ଆତଙ୍କବାଦୀ ଟାର୍ଗେଟ୍  କରି ପାରନ୍ତି।

ଗୁଇନ୍ଦା ତଥ୍ୟ ଅନୁଯାୟୀ, ଆଇଏସଆଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରି ସାରିଛି। ଦେଶରେ ସ୍ଲିପର ସେଲ୍ ଓ ଗ୍ୟାଙ୍ଗଷ୍ଟାରର ଆତଙ୍କବାଦୀଙ୍କୁ ଘଟଣାରେ ବ୍ୟବହାର କରାଯାଇପାରେ।

   Related Posts