ଇଣ୍ଟେଲିଜେନ୍ସି ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ପିଟି ପିଟି ମାରିଦେଲେ ଦଙ୍ଗାକାରୀ, ଦିଲ୍ଲୀ ମୃତ୍ୟୁ ସଂଖ୍ୟା ୨୦କୁ ବଦ୍ଧି

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୦୨ - ଇଣ୍ଟେଲିଜେନ୍ସି ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ଦିଲ୍ଲୀ ଚାନ୍ଦ ବାଗରେ ଦଙ୍ଗାକାରୀମାନେ ନିସ୍ତୁକ ମାଡ ମାରିବାପରେ ଗୁଳି କରିଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କର ମୃତ ଶରୀରକୁ ନଳାରେ ଫିଙ୍ଗି ଦେଇଥିଲେ । ୨୪ ଓ ୨୫ ତାରିଖରେ ଦିଲ୍ଲୀର ଚାନ୍ଦ ବାଗ ଅଞ୍ଚଳରେ ପ୍ରବଳି ହିଂସା ଦେଖାଦେଇଥିଲା । ଏକ ନାଳରୁ ଅଙ୍କିତ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତ ଶରୀରକୁ ଡାକ୍ତରଖାନା ପଠାଯାଇଛି ।

୨୦୧୭ ମସିହାରେ ଅଙ୍କିତ ଇଣ୍ଟେଲିଜେନ୍ସି ବିଭାଗରେ ଯୋଗ ଦେଇଥିଲେ । ସେ ଘରକୁ ଫେରିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କର ପିତା ବି ଇଣ୍ଟେଲିଜେନ୍ସି ବିଭାଗରେ ଅଧିକାରୀ ଥିଲେ । ଏବେ ଉତ୍ତର ଦିଲ୍ଲୀରେ ସିଆରପିଏଫ୍‌ , ରାପିଡ୍‌ ଆକ୍ସନ ଫୋର୍ସ ଓ ଦିଲ୍ଲୀ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଏବେ ମୌଜପୁର, ଜାଫରାବାଦ, କବୀର ନଗର ଓ ଭିଜୟ ପାର୍କ ଅଞ୍ଚଳ ଶୁନ୍‌ଶାନ୍‌ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବେ ଗୃହ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି ।ଏବେ ଦିଲ୍ଲୀରେ ଏହି ଘଟଣା ପାଇଁ କଂଗ୍ରେସ ଆମ୍‌ଆଦମୀ ପାର୍ଟି ଓ ବିଜେପିକୁ ଦୋଷ ଦେଇଛି ।

ବୁଧବାର ସକାଳ ସୁଦ୍ଧା ମୃତ୍ୟ ସଂଖ୍ୟା ୨୦ରେ ପହଞ୍ଚିଛି । ଉତ୍ତର-ପୂର୍ବ ଦିଲ୍ଲୀରୁ ପୁଣି ୪ଟି ମୃତ ଶରୀର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.