Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆଇଏଏସ ସ୍ତରରେ ଅଦଳବଦଳ : ଗଗନ ଧଳ ହେଲେ ଓଏଫଡିସିର ଅଧ୍ୟକ୍ଷ, ସଞ୍ଜୀବ ଚୋପ୍ରା ଗୃହ ସଚିବ… ଦେଖନ୍ତୁ ପୁରା ତାଲିକା

17/08/2019 at 5:07 PM

ଭୁବନେଶ୍ବର ୧୭।୮ : ପୁଣି ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଛି । ଇସ୍ତଫା ଦେଇଥିବା ଡକ୍ଟର ଗଗନ କୁମାର ଧଳଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଗଗନ କୁମାର ଧଳ କୃଷି ଉତ୍ପାଦନ କମିଶନର ଥିଲେ । ଗଗନ ଧଳଙ୍କୁ ଏହି ପଦରେ ନିଯୁକ୍ତି ଦେବା ପରେ ଓଏଫଡିସି ପଦବୀକୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପାହ୍ୟା ମାନ୍ୟତା ପ୍ରଦାନ କରିଛନ୍ତି ।

ସେହିଭଳି ଗୋପବନ୍ଧୁ ଏକାଡେମୀର ମହା ନିର୍ଦ୍ଦେଶକ ସୁଦର୍ଶନ ପାଲ୍ ଠାକୁରଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ସମ୍ପ୍ରତି ମୁଖ୍ୟ ଶାସନ ସଚିବ ଦାୟିତ୍ବ ପାଇଥିବା ଅସିତ କୁମାର ତ୍ରିପାଠୀ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ।

ଅତିରିିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ବଦଳି କରାଯାଇଛି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ ।

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଓଡିଶା ଖଣି ନିଗମର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବରେ ଥିବା ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ କୁମାର ମିଶ୍ରଙ୍କୁ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ବିଭାଗ ଦାୟିତ୍ବରେ ଥିବା ରୁଦ୍ର ନାରାୟଣ ପଲାଇଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି ।

   Related Posts