ଅଲଗା ହେବେ ଆଇଏଏସ ଟପ୍ପର ଟୀନା ଡାବି ଓ ଅତହର ଖାନ, କୋର୍ଟରେ ଦେଲେ ଛାଡପତ୍ର ଆବେଦନ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦।୧୧: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପରୀକ୍ଷା ୨୦୧୫ରେ ଟପ୍ପର ହୋଇଥିବା ଟୀନା ଡାବି ପୁଣି ଥରେ ଚର୍ଚ୍ଚାରେ। ଏହି ଚର୍ଚ୍ଚା ପ୍ରଶାସନିକ କାମ ପାଇଁ ନୁହେଁ  ବରଂ ପାରିବାରିକ ସମସ୍ୟା କାରଣରୁ। ଦୁଇ ପ୍ରଶାସନିକ ଅଧିକାରୀଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିନି। ଟୀନା ଡାବି ଜୟପୁରର ଏକ କୋର୍ଟରେ ସ୍ଵାମୀ ଅତହର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ପତି-ପତ୍ନୀ  ଜୟପୁରର ଫ୍ୟାମିଲି କୋର୍ଟରେ ସହମତି ଭିତ୍ତିରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ଟୀନା ଡାବି ଭିଲଓ୍ଵାଡାରେ ଏସଡିଏମ ରୂପେ କାର୍ଯ୍ୟରତ। ୟୁପିଏସସି ୨୦୧୫ର ଟପ୍ପର ଟୀନା ୨୦୧୮ ଏପ୍ରିଲରେ ଅତହରଙ୍କୁ ବିବାହ କରିଥିଲେ।

wp:html /wp:html

କାଶ୍ମୀରରୁ ଆସିଥିବା ଅତହର ୟୁପିଏସସି ସିଭିଲ ସେବା ପରୀକ୍ଷା ୨୦୧୫ରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ଟୀନା ଓ ଅତହର ଉଭୟ ରାଜସ୍ଥାନ କ୍ୟାଡରର ଅଧିକାରୀ। ଟ୍ରେନିଂ ସମୟରେ ଦୁହେଁ ପରସ୍ପରର ନିକଟତର  ହୋଇଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ପରେ ଦୁଇ ଆଇଏଏସ ଅଧିକାରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.