Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଛୋଟ ଗାଁର ସୁନା ଝିଅ, ପାଇଲେ IAS : ଖୁସି ମନାଇଲା ସାରା ମୁଲକ

22/10/2021 at 3:04 PM

ନୂଆଦିଲ୍ଲୀ ୨୨।୧୦ : ଲକ୍ଷ୍ୟସ୍ଥଳ ସେହିମାନଙ୍କ ନିକଟକୁ ଆସିଥାଏ ଯେଉଁମାନେ ତାଙ୍କ ବାଟରେ ଥିବା ସମସ୍ତ ଅସୁବିଧାକୁ ଖାତିର ନକରି ଚାଲିବା ଜାରି ରଖନ୍ତି । ସେହି ମାନେ ତାଙ୍କ ପରିଶ୍ରମର ଫଳ ପାଇଥାନ୍ତି । ଏହିପରି ଅନେକ ଲୋକ UPSC ସିଭିଲ ସର୍ଭିସ୍ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି ହେଲେ ବହୁ ଚେଷ୍ଟା ପରେ ବିଫଳ ହୁଅନ୍ତି । ଅନେକ ସମୟ ଲାଗିଥାଏ କିନ୍ତୁ ପରେ ସଫଳତା ହାସଲ କରନ୍ତି । ଠିକ୍‌ ସେହିଭଳି ମମତା ନାମକ ଜଣେ ଯୁବତୀ ନିଜର ମନବୋଳ ନ ହରାଇ ଆଗକୁ ବଢିଥିଲେ । ଆର୍ଥିକ ସଙ୍କଟ ମଧ୍ୟରେ ଥାଇ ମଧ୍ୟ ସେ ନିଜର ପ୍ରସ୍ତୁତି ଜାରି ରଖି ଥିଲେ । ଏବଂ ନିଜର ସଫଳତାର ସିଢି ଚଢିଥିଲେ।

ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର ବସାଇ ଗାଁର ବାସିନ୍ଦା ମମତା । ସେ ତାଙ୍କ ଗାଁର ପ୍ରଥମ ମହିଳା ଯିଏ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ସଫଳତା ପାଇଁ ସମଗ୍ର ଗାଁରେ ଖୁସିର ଲହରୀ ଖେଳିଯାଇଛି। ଆଜି ସେ ଗାଁର ସମସ୍ତ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମମତା ଇଣ୍ଟରମିଡିୟମ ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କଲେଜରୁ ସ୍ନାତକ ହାସଲ କରିଥିଲେ। ମମତାଙ୍କର ସ୍ନାତକୋତ୍ତର ସମାପ୍ତ କରିବା ପରେ ଭଲ କୋଚିଂ ନେଇଥିଲେ ଏହା ସହ ସେଲ୍ଫ ଷ୍ଟଡି ମଧ୍ୟ କରିଥିଲେ । ଏହା ସହ ଲଗାତାର ଭାବେ ଦୁଇଥର UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ମମତା UPSC ପରୀକ୍ଷା କ୍ଲିଅର କରିବାର ପ୍ରଥମ ପ୍ରୟାସରେ ୫୫୬ ପଦବୀ ହାସଲ କରିଥିଲେ, କିନ୍ତୁ ସେ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଚେଷ୍ଟା କରିବାକୁ ନିଷ୍ପତ୍ତି ନେଇଥିଲେ। UPSC ପ୍ରସ୍ତୁତି ପାଇଁ ସେ NCERT ଏବଂ ଅନ୍ୟାନ୍ୟ ବହିର ସାହାଯ୍ୟ ନେଇଥିଲେ । କିନ୍ତୁ ଏଥର ତାଙ୍କ ଭାଗ୍ୟ ଭଲ ଥିଲା ଏବଂ ସେ ତାଙ୍କର ସ୍ୱପ୍ନକୁ ସାକାର କରିଥିଲେ।

   Related Posts