ଆର୍ଥିକ ସଙ୍କଟରେ କଟିଥିଲା ପିଲାଦିନ : ଏପରି UPSC ପରୀକ୍ଷା ପାସ୍‌ କରି IAS ହେଲେ ନାଗାର୍ଜୁନ ଗୌଡା

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮/୦୯ : ନାଗାର୍ଜୁନ ଗୌଡା ତାଙ୍କ ସଂଘର୍ଷ ଏବଂ ତାଙ୍କ ସଫଳତା ଯେକୌଣସି ବ୍ୟକ୍ତିଙ୍କ ଉପରେ ଆଶା ଭରସା ଦେଇପାରେ। କାହିଁକି ନା ଯଦି କେହି ସଫଳତା ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାହାକୁ କେହି ରୋକି ପାରି ନଥାନ୍ତି । ତାଙ୍କ ଲକ୍ଷ୍ୟ ପଥରେ କଷ୍ଟ ଆସେ ହେଲେ ସେ ତାହାକୁ ପାର କରିଥାନ୍ତି । ଏମିତି ଏକ ବ୍ୟକ୍ତି ଅଛନ୍ତି ଯାହାର ସଫଳତା ପଛର ନିଆରା କାହାଣୀ । ସେ ହେଉଛନ୍ତି ଆଇଏସ୍ ନାଗାର୍ଜୁନ ଗୌଡ ଯିଏକି ତାଙ୍କ ଅନେକ ପରିଶ୍ରମ କରି ସଫଳତାକୁ ଅର୍ଜନ କରିଛନ୍ତି । ନାଗାର୍ଅଜୁନ ଗୌଡା ନେକ ସଂଘର୍ଷ ପଥ ଦେଇ ପ୍ରଥମେ ଡାକ୍ତର ହୁଅନ୍ତି। ହେଲେ ପରେ UPSC ପରୀକ୍ଷାରେ ଦେଇ ଉତ୍ତୀର୍ଣ୍ଣ ହେବା ପରେ IASର ଅଧିକାରୀ ହୁଅନ୍ତି । ଆର୍ଥିକ ଅବସ୍ଥା ଖରାପ ହେତୁ ସେ ଚାକିରି ସହିତ UPSC ପାଇଁ ପ୍ରସ୍ତୁତ ହେଲେ । ଏହା ସହ କଠିନ ପରିଶ୍ରମ କରିଥିଲେ ଯାହାଫଳରେ ସେ ଦ୍ୱିତୀୟ ପ୍ରୟାସରେ ସଫଳ ହୋଇଥିଲେ।

ନାଗାର୍ଜୁନ ଗୌଡା କର୍ଣ୍ଣାଟକର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଖୁବ୍ ଦୁର୍ବଳ ଥିଲା, ତଥାପି ସେ କଠିନ ପରିଶ୍ରମ କରି ପାଠ ପଢିଥିଲେ। ଇଣ୍ଟରମିଡିଏଟ୍ ପରେ, ସେ ଏମବିବିଏସ୍ ର ପ୍ରବେଶିକା ଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ । ଏମବିବିଏସ୍ ପରେ ସେ ଏକ ଡାକ୍ତରଖାନାରେ ଚାକିରି କଲେ । କିନ୍ତୁ ସେହି ସମୟ ମଧ୍ୟରେ ସେ UPSC ପାଇଁ ପ୍ରସ୍ତୁତ ହେବାକୁ ମନସ୍ଥ କଲେ । ହେଲେ ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ସେ ଚାକିରି କରିବା ସହିତ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ।

ଏଥିପାଇଁ ନାଗାର୍ଜୁନ ପ୍ରତିଦିନ ପ୍ରାୟତଃ ୬ ଘଣ୍ଟାରୁ ୮ ସମୟ ନେଇ ଚାକିରି ସହିତ ଅଧ୍ୟୟନ କରିଥିଲେ । ଏହା ସହ ସେ  ଭାବନ୍ତି କି ଯଦି ଆପଣ ପ୍ରତିଦିନ ଭଲ ରଣନୀତି ସହିତ ପାଠପଢା ପାଇଁ ମଧ୍ୟ ଏତେ ସମୟ ଦେଇପାରିବେ, ତେବେ ଆପଣ ଚାକିରି ସହିତ ମଧ୍ୟ ପରୀକ୍ଷାରେ ପାସ୍ କରି ପାରିବେ । କିନ୍ତୁ ଏଥିପାଇଁ ସବୁକିଛି ବୁଦ୍ଧିମାନ ଭାବରେ ଯୋଜନା କରିବାକୁ ପଡିବ । ସବୁବେଳେ କାର୍ଯ୍ୟସୂଚୀ ଅନୁଯାୟୀ ସବୁକିଛି ପ୍ରସ୍ତୁତ କରନ୍ତୁ ଏବଂ ସିଲାବସ୍ ସମାପ୍ତ ହେବା ପରେ ଯଥାସମ୍ଭବ ସଂଶୋଧନ କରିବାକୁ ଚେଷ୍ଟା କରନ୍ତୁ ।

ନାଗାର୍ଜୁନ ସବୁବେଳେ ବିଶ୍ବାସ କରନ୍ତି ଯେ ଯଦି ଆପଣ UPSC ପାଇଁ ପ୍ରସ୍ତୁତ ହେବାକୁ ଚାହାଁନ୍ତି ତେବେ ସମ୍ବଳ ପାଇଁ କାନ୍ଦନ୍ତୁ ନାହିଁ ଏବଂ ଯେତେ ସମ୍ଭବ ପ୍ରସ୍ତୁତି ଜାରି ରଖନ୍ତୁ । ଚାକିରି ସହିତ ମଧ୍ୟ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ବିନା କୋଚିଂରେ ମଧ୍ୟ ସଫଳତା ହାସଲ କରାଯାଇପାରିବ । ଯଦି ଆପଣ ସ୍ମାର୍ଟ କାମ, କଠିନ ପରିଶ୍ରମ ଏବଂ ଧର୍ଯ୍ୟ ସହିତ ପ୍ରସ୍ତୁତ ହେବେ, ତେବେ ଆପଣ ନିଶ୍ଚିତ ଭାବରେ ସଫଳତାର ସିଢି ଚଢି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.