ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
4/08/2018 at 6:59 AM

୨୩ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଭି.ଭି ସ୍ୱାମୀ ହେଲେ କମିଶନର କମ୍ ଡିରେକ୍ଟର ଏମପ୍ଳୋଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟ ଅଥୋରିଟିର ସିଇଓ । ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିଦ୍ଦେଶକ ହେଲେ ଗିରିଶ ଏସ.ଏନ୍.। ମହେନ୍ଦ୍ର ମଲ୍ଲିକ ଉତ୍ତରାଞ୍ଚଳ ଆାରଡିସି ସହ କେନ୍ଦ୍ରାଞ୍ଚଳ ଆରଡିସିର ଅତିରିକ୍ତ ଭାବେ ଦାୟିତ୍ବ ତୁଲାଇବେ । ନୀତିନ ଭାନୁଦାସ ଜାଓ୍ବାଲେଙ୍କୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ସଚିବ କରାଯାଇଛି । ହସ୍ତତନ୍ତ ଏବଂ ବୟନ ଶିଳ୍ପ ଏବଂ ହସ୍ତକଳା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଶ୍ରୀକାନ୍ତ ପୃଷ୍ଟି । ପ୍ରଶାନ୍ତ ସେନାପତିଙ୍କୁ ପଶୁପାଳନ ଏବଂ ପଶୁଚିକିତ୍ସା ବିଜ୍ଞାନର ନିଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇ ଛି। ଦାଶରଥି ସେନାପତି କେନ୍ଦ୍ରାପଡ଼ାର ଜିଲ୍ଲାପାଳ ହୋଇଥିବାବେଳେ ମଧୂସୁଦନ ମିଶ୍ର ସୁବଣ୍ଣପୁରର ଜିଲ୍ଲାପାଳ ହୋଇଛନ୍ତି।
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021