Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବାତ୍ୟା ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ୪ ଆଇଏଏସ୍ ଅଫିସରଙ୍କୁ ଦିଆଗଲା ୪ଟି ଜିଲ୍ଲାର ଦାୟିତ୍ବ

18/05/2020 at 6:13 PM

ଭୁବନେଶ୍ବର୧୮/୫: ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତିବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ବାତ୍ୟା ‘ଅମ୍ଫାନ’  ପ୍ରଭାବରେ ଓଡ଼ିଶାର ୪ ଜିଲ୍ଲାରେ ପଡ଼ିବା ନେଇ ସୁଚନା ମିଳିବା ପରେ ପୂର୍ବ ଉପକୂଳ ରେ ଥିବା ବୃହତ ବନ୍ଦର ପାରାଦୀପ ମଧ୍ୟ ଏନେଇ ଚଳଚଞ୍ଚଳ ହୋଇ ଉଠିଛି ।  ଏନେଇ ୪ ଆଇଏଏସ୍‌ ଅଫିସରଙ୍କୁ ୪ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି ଯଥା  ବାଲେଶ୍ବର ଜିଲ୍ଲାର ଦାୟିତ୍ବ ଶ୍ରୀ ମଧୁସୂଦନ ପାଢ଼ୀ, ଭଦ୍ରକର ଶ୍ରୀ ସୁଶୀଲ କୁମାର ଲୋହାନୀ, କେନ୍ଦ୍ରାପଡାର ଶ୍ରୀ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ଦାୟିତ୍ବ ଶ୍ରୀ ଶାଶ୍ବତ କୁମାର ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରୁ ଲୋକଙ୍କୁ ସ୍ତାନାନ୍ତର କରାଯାଇଛି।ସୋମବାର ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ତଥା ଓଡ଼ିଶା ଉପକୂଳରେ ଅନୁଭୂତ ହେବ ।

ଏନେଇ ବନ୍ଦର ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବନ୍ଦର ସହରାଞ୍ଚଳ ରେ ଜିଲ୍ଲା ପ୍ରଶାସନ ସହ ମିଳିତ ଆଲୋଚନା ପରେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ବିଶେଷ କରି ବନ୍ଦର ପୋତାଶ୍ରୟ ମଧ୍ୟ ରେ ଥିବା ଜାହାଜ କିପରି ସୁରକ୍ଷିତ ରହିବ ଓ ପୋତାଶ୍ରୟ ପ୍ରବେଶ ପଥ ବ୍ରେକ୍ ୱ।ଟର ନିକଟରେ କିପରି ବାତ୍ୟା ପୂର୍ବ ଓ ପରର ସ୍ଥିତି କିପରି ସୁରକ୍ଷିତ ରହିବ ସେନେଇ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ବର୍ତମାନ ସୁଦ୍ଧା ବନ୍ଦର ପୋତାଶ୍ରୟ ରୁ ୨୪ଟି ଜାହାଜ କୁ ଆଙ୍କରେଜ ଏରିଆକୁ ସ୍ଥାନାନ୍ତର କରାଯାଇଛି।

ବିଶେଷ କରି ସମୁଦ୍ର ମଧ୍ୟରେ ଥିବା single point moreing ରେ ଲାଗି ଥିବା iocl ର ଦୁଇଟି ଅଶୌଧିତ ତୈଳ ଜାହାଜ କୁ ମଧ୍ୟ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବନ୍ଦର ପୋତାଶ୍ରୟ ମଧ୍ୟ ରେ ବର୍ତ୍ତମାନ ସୁଦ୍ଧା ଆଉ ୪ଟି ଜାହାଜ  ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ତାହା ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଆଙ୍କରେଜ ଏରିଆକୁ ପଠାଇ ଦିଆଯିବ ଏବଂ ଆଜି ସନ୍ଧ୍ୟା ଠାରୁ ବନ୍ଦର ପୋତାଶ୍ରୟ ମଧ୍ୟ କୁ ଆଉ କୌଣସି ଜାହାଜ ପୁରାଇ ଦିଆଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି।

   Related Posts