କରୋନାରେ ମହାରାଷ୍ଟ୍ର ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ, ମୁମ୍ବାଇରେ ଘରେ ରହିବେ IAS ଅଫିସର

Published By : Prameya-News7 Bureau | April 09, 2020 IST

ମୁମ୍ବାଇ ୯।୪:  ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏଥିରେ ମହାରାଷ୍ଟ୍ର ଓ ମୁମ୍ବାଇରେ ସଂକ୍ରମଣ ହାର ବଢୁଥିବାରୁ ସରକାର ମୁମ୍ବାଇରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)  ଅଧିକାରୀଙ୍କୁ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ ଏ ନେଇ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ସମସ୍ତଙ୍କୁ ନିଜନିଜ ଘରେ ରହିବାକୁ  କୁହାଯାଇଛି।

{"id":251552,"sizeSlug":"large"}

ତେବେ ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଅବନ୍ତି ଅମ୍ବର ବିଲ୍ଡିଂରେ କାମ କରୁଥିବା ଜନୈକ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତେବେ ତାଙ୍କର ମୃତ୍ୟୁ କରୋନାଯୋଗୁ ହୋଇଛି କି ନା ତାହା କିନ୍ତୁ ସ୍ପଷ୍ଟ ହୋଇପାରିନି। ଏଣୁ ମହାରାଷ୍ଟ୍ର ସରକାରଙ୍କ ଅଧିକାଂଶ ବଡ ଅଧିକାରୀ ଏହି ବିଲ୍ଡିଂରେ ରହୁଥିବାରୁ ହୁଏତ ମୁଖ୍ୟା ଶାସନ ସଚିବ ସତର୍କତା ସ୍ୱରୂପ ଏପରି ନିର୍ଦ୍ଦେଶ ଜେରି କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

{"id":251553,"sizeSlug":"large"}

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୯୭ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୪୫ ଜଣଙ୍କ ମୃତ୍ୟୁ ହେଲାଣି। ଏଣୁ ଆର୍ଥିକ ରାଜଧାନୀରେ ଲୋକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ମୁଖ୍ୟ ଶାସନ ସଚିବ ବରିଷ୍ଠ ଅଧିକାରୀମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.