ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | August 13, 2018 IST

ଭୁବନେଶ୍ୱର ୧୩/୮ : ବହୁ ଚର୍ଚ୍ଚିତ ଓଆରଏଚଡିସି ଅର୍ଥ ଅନିୟମିତତା ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ଜାମିନ ମିଳିଛି । ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ଜାମିନ ମିଳିଛି । ଜାମିନର ସର୍ତ୍ତ ତଳକୋର୍ଟ ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିନୋଦଙ୍କୁ ଭିଜିଲାନ୍ସ କୋର୍ଟ ତିନି ବର୍ଷ ଜେଲ ଦଣ୍ଡାଦେଶ ସହ ୭୫ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ଗତ ଶୁକ୍ରବାରଠାରୁ ଝାରପଡା ଜେଲରେ ଅଛନ୍ତି ବିନୋଦ କୁମାର । ବିନୋଦ କୁମାରଙ୍କ ନାଁରେ ମୋଟ୍ ୨୮ଟି ମାମଲା ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୯ଟି ମାମଲାକୁ ଗୁରୁତର ସହ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିମଧ୍ୟରୁ ୩ଟି ମାମଲାର ଶୁଣାଣି ସରିଛି । ଗତ ୧୦ତାରିଖ ଦିନ ଆଇଏଏସ ବିନୋଦ କୁମାରଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା କିନ୍ତୁ ଆଜି ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.