Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କ୍ୱାରେଣ୍ଟାଇନରୁ ଲୁଚି ଖସିଗଲେ ଆଇଏଏସ ଅଫିସର, ଜିଲ୍ଲାପାଳଙ୍କୁ ମଧ୍ୟ ମାନିଲେନି

27/03/2020 at 3:40 PM

କୋଲ୍ଲାର, ୨୭|୦୩:  ସିଙ୍ଗାପୁରରୁ ଫେରିଥିବା ଜଣେ ଆଇଏଏସ ଅଫିସର ନିଜ ପତ୍ନୀଙ୍କ ସହ କ୍ୱାରେଣ୍ଟାଇନରେ ରହିଛନ୍ତି । ୨୦୧୬ ବ୍ୟାଚର ଏହି ଆଇଏଏସ ଅଫିସରଜଣଙ୍କ କେରଳର କୋଲ୍ଲାର ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟକରନ୍ତି । ସେ ଗତ ସପ୍ତାହରେ ସିଙ୍ଗାପୁରରୁ ଭାରତ ଫେରିଥିଲେ । ତେବେ ସେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନରେ ନ ରହି ବେଙ୍ଗାଲୁରୁ ଚାଲିଯାଇଥିଲେ ।

ଆଇଏଏସ ଅଫିସର ଅନୁପମ ମିଶ୍ର ମାର୍ଚ୍ଚ ୧୯ ତାରିଖରେ ସିଙ୍ଗାପୁରରୁ ଭାରତ ଫେରିଥିଲେ । ସେ ବେଙ୍ଗାଲୁରୁ ବିମାନମନ୍ଦରରେ ଏନେଇ ତଥ୍ୟ ଦେଇଥିଲେ । ସେ ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ । ଏନେଇ କୋଲ୍ଲାର ଜିଲ୍ଲାପାଳ ଅବ୍ଦୁଲ ନସିର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଅନୁପମ ମାର୍ଚ୍ଚ ୧୯ରେ ଭାରତ ଫେରିବା ପରେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାପରେ ସେ କାହାକୁ ନଜଣାଇ ବାଙ୍ଗାଲୋର ଚାଲିଯାଇଥିଲେ   । ସେଠାରେ ପତ୍ନୀଙ୍କ ସହ କ୍ୱାରେଣ୍ଟାଇନରେ ରହିଥିଲେ । ଅନୁପମଙ୍କ ଭାଇ ମଧ୍ୟ ଜଣେ ଡାକ୍ତର ବୋଲି ଜିଲ୍ଲାପାଳ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅନୁପମଙ୍କଠାରେ ଫ୍ଲୁର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । କିନ୍ତୁ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।  କିନ୍ତୁ ସେ ବେଙ୍ଗାଲୁରୁ କାହାକୁ ନ ଜଣାଇ ଚାଲିଯାଇଥିଲେ । ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ସରକାର କହିବେ । କେରଳରେ ପ୍ରଥମେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେଣୁ ସରକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଚାପ ରହିଥିବା ଜିଲ୍ଲାପାଳ କହିଛନ୍ତି ।

   Related Posts