Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଚାକିରୀ ଦେବାକୁ ଡାକିଥିଲେ, ଅଫିସ ଚାମ୍ବରରେ କଲେ ଦୁଷ୍କର୍ମ: ଆଇଏଏସ ଅଫିସରଙ୍କ ବିରୋଧରେ ଏଫଆଇଆର

4/06/2020 at 7:59 PM

ରାୟପୁର, ୦୪|୦୬:  ଛତିଶଗଡରେ ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଜନୈକ ମହିଳା ଦୁଷ୍କର୍ମ ସହ ଅଶ୍ଲୀଳ ମେସେଜ୍ କରିଥିବା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରରେ ଜାଞ୍ଜଗୀର ଚାମ୍ପା ପୋଲିସ ଏହି ଆଇଏଏସ ଅଧିକାରୀଙ୍କ ବିରୋଧରେ ଭିନ୍ନ ଭିନ୍ନ ଧାରାରେ ଏଫଆଇଆର ରୁଜୁ କରିଛି ।

ଏହି ଆଇଏଏସ ଅଧିକାରୀଜଣଙ୍କ ହେଉଛନ୍ତି ଜେପି ପାଠକ । ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ବାଦନ କରିଥିଲେ । ତେବେ ତାଙ୍କର ବଦଳି ହେବାର ଗୋଟିଏ ଦିନ ପରେ ଏହି ଅଭିଯୋଗ ଆସିଛି ।

ମହିଳାଜଣଙ୍କ ଅଭିଯୋଗ କରିଛନ୍ତି  ଯେ, ଜାଞ୍ଜଗୀର ଚାମ୍ପାର ପୂର୍ବତନ ଜିଲ୍ଲାପାଳ ଜେପି ପାଠକ ଚାକିରୀ ଦେବା ନାଁରେ ନିଜ କାର୍ଯ୍ୟାଳୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି କଥା କାହାକୁ କହିଲେ ଜିଲ୍ଲାପାଳ ତାଙ୍କ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏପରିକି ସେ ତାଙ୍କୁ ବାରମ୍ବାର ଧମକ ଦେଇ ଶାରୀରିକ ଶୋଷଣ ମଧ୍ୟ କରିଥିଲେ ।

ଏହି ମାମଲାରେ ମହିଳାଜଣଙ୍କ ନ୍ୟାୟ ଦାବି କରିଛନ୍ତି । ସେ ଏନେଇ ବୁଧବାର ଦ୍ୱିପ୍ରହରରେ ଜାଞ୍ଜଗୀର ଚାମ୍ପା ଏସପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏପରିକି ସେ ପ୍ରମାଣ ସ୍ୱରୂପ ଅଶ୍ଲୀଳ ମେସେଜ୍ ମଧ୍ୟ ଦେଖାଇଛନ୍ତି ।

ଜିଲ୍ଲା ପୋଲିସ ଧାରା ୨୭୬, ୫୦୬ ଓ ୫୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts