Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାଜନୀତିକୁ ପଶିଲା ଉପାଧ୍ୟାୟଙ୍କ ଅଧ୍ୟାୟ: ବ୍ୟାଙ୍କ ଚେକ୍‌ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

2/01/2020 at 7:21 PM

ଭୁବନେଶ୍ବର୨/୧: ଆଇଏଏସ ବିଜୟ ଉପାଧ୍ୟାୟଙ୍କୁ ଭିଜିଲାନସ ଗିରଫ କରିବା ପ୍ରସଙ୍ଗ ଧିରେଧିରେ ରାଜନୈତିକ ମୋଡ଼ ନେବାରେ ଲାଗିଛି।  ତାଙ୍କୁ ଫସାଇ ଦିଆଯାଇଛି ବୋଲି ବିଜୟ ଉପାଧ୍ୟାୟ କୋର୍ଟ ହାଜିରା ସମୟରେ ପ୍ରତିକ୍ରିୟା ଦେଇ କହିଥିଲେ।  ଏହା ପରେ ଘଟଣାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି । ସେପଟେ ଘଟଣାକୁ ନେଇ ଭିଜିଲାନ୍‌ସ ତାର ଖୋଳତାଡ଼ ଜାରି ରଖିଛି।

ରାଜନୀତିକୁ ପଶିଲା ଉପାଧ୍ୟାୟଙ୍କ ଅଧ୍ୟାୟ । ଆଇଏଏସ୍  ଅଧିକାରୀ ବିଜୟ ଉପାଧ୍ୟାୟ ଲାଞ୍ଚ ନେଇ ଗିରଫ ହେବା ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଗୋଟିଏ ପଟେ ଉପାଧ୍ୟାୟ କହିଛନ୍ତି ତାଙ୍କୁ ଫସାଇ ଦିଆଯାଇଛି। ସେପଟେ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ  ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି ବିରୋଧୀ । କଂଗ୍ରେସ ପ୍ରଶ୍ନ କରିଛି ‘ଜଣେ IAS ଅଧିକାରୀ ଚେକ୍ ମାଧ୍ୟମରେ ଲାଞ୍ଚ ନେବା ବିଶ୍ବାସଯୋଗ୍ୟ କି ? ଚେକରେ  ଲାଞ୍ଚ ନେବା ଯଦି ସତ ତେବେ ଏହା ଓଡ଼ିଶାରେ ପ୍ରଥମ ଘଟଣା ହେବ। ଘଟଣାର ସତ ମିଛ ଜାଣିବାକୁ ସିବିଆଇ ତଦନ୍ତ କରାଯିବା ଦରକାର ବୋଲି କଂଗ୍ରେସ ଦାବି କରିଛି ।

 ସେପଟେ ବିଜେପି କହିଛି ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କେବଳ ଲୋକ ଦେଖାଣିଆ । ପୂର୍ବରୁ ସରକାର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଭାବମୂର୍ତ୍ତି ସୁଧାରୁଥିଲେ।ଏବେ  IASଙ୍କୁ ଭିଜିଲାନ୍ସ ଧରିବା ଏକ ଆଇୱାସ୍। ମୋ ସରକାର ଓ 5T ଲାଗୁ ହେବା ପରେ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଆହୁରି କଡା ହୋଇଛି । ଯେଉଁ କର୍ମଚାରୀଙ୍କ ପାଖରେ ଦୁର୍ନୀତିର ଗନ୍ଧ ଆସୁଛି ସେମାନଙ୍କୁ କାର୍ଯ୍ୟରୁ ଦୂରେଇ ଦିଆଯାଉଛି।

ଦୁର୍ନୀତିକୁ ବରଦାସ୍ତ  କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ଦୋହରାଉଛନ୍ତି । ହେଲେ ବିରୋଧୀ ଏହା ପଛରେ ରାଜନୀତିର ଗନ୍ଧ ବାରୁଥିବାରୁ ଏହାକୁ କଡା ଜବାବ ଦେଇଛି ବିଜେଡି ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛି । ସରକାରଙ୍କୁ  ଆଇନ କାନୁନ ଜଣା ଅଛି । ବିରୋଧୀଙ୍କୁ ପଚାରି କଣ କାହା ଉପରେ କାର୍ଯ୍ୟାନୁଷ୍ଠାନ ଯିବ କି । କିଛି ତଥ୍ୟ ପ୍ରମାଣ ଥିବ ବୋଲି ତ ଭିଜିଲାନ୍ସ ବିଜୟଙ୍କୁ ଧରିଛି। ଏହା ଉପରେ  ତଦନ୍ତ ଚାଲିଛି ଯଦି କାହା ପାଖରେ ଏନେଇ କିଛି ତଥ୍ୟ ପ୍ରମାଣ  ଅଛି ତେବେ ତାହା ଉପସ୍ଥାପିତ କରନ୍ତୁ ବୋଲି ଆହ୍ବାନ ଦେଇଛି ବିଜେଡି ।

୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଥିବା ବିଜେୟ କେତେନ ଉପାଧ୍ୟୟଙ୍କୁ ଗିରଫ କରି କୋର୍ଟ ଚାଳଣ କରିଥିଲା । ଘଟଣାର ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ସରକାର ତାଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି । ସେପଟେ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଭିଜିଲାନ୍‌ସ ପଚାରାଉଚୁରା କରୁଥିବା ବେଳେ ଏ ସମଗ୍ର ଘଟଣାରେ ସାରୁ ଭିତରେ ମାରୁ ଥିବାର ବିରୋଧୀ ଅଭିଯୋଗ କରୁଛନ୍ତି। 

   Related Posts