ଦିଲ୍ଲୀ ୧୧/୧ : ଅବୈଧ ଖନନ ମାମଲାରେ ଏଇଏଏସ ଅଫିସର ବି.ଚନ୍ଦ୍ରକଳାଙ୍କ ଘରେ ସିବିଆଇ ଚଢ଼ାଉ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଚନ୍ଦ୍ରକଳା | ଚନ୍ଦ୍ରକଳାଙ୍କ ନାଁରେ ସୋସିଆଲ ମିଡ଼ିଆରେ ଅନେକ ଲୋକେ ଅନେକ ପୋଷ୍ଟ କରିଛନ୍ତି | ଏକ ପୋଷ୍ଟରେ ଲେଖା ହୋଇଛି, ନିର୍ବାଚନୀ ଚଢ଼ାଉ ତ ଲାଗିରହିଥିବା…ହେଲେ ଜୀବନର ରଙ୍ଗକୁ କାହିଁକି ଫିକା କରିବା, ଆପଣ ସମସ୍ତଙ୍କୁ ଗୋଟିଏ ନିବେଦନ, ଜୀବନରେ ଯେତେ ଅସୁବିଧା ଆସିଲେ ମଧ୍ୟ ଜୀବନର ରଙ୍ଗକୁ କେବେ ହେଲେ ଫିକା ପଡ଼ିବାକୁ ଦେବେନାହିଁ, ଜୀବନକୁ ବେରଂଗ କରନ୍ତୁନାହିଁ | ଚନ୍ଦ୍ରକଳାଙ୍କ ଏହି ବୟାନ ଲିଙ୍କଡ଼ଇନ ରେ ଭାଇରାଲ ହେବାରେ ଲାଗିଛି |
{"id":72645,"width":583,"height":457}
ସୂଚନାଯୋଗ୍ୟ ଯେ, ଣୁଜର କଡା ସ୍ୱଭାବ ଏବଂ କାର୍ଯ୍ୟଶୈଳୀ ପାଇଁ ସୋସିଆଲ ମିଡ଼ିଆର ଲୋକପ୍ରିୟ ଆଇଏଏସ ଅଧିକାରୀ ବି.ଚନ୍ଦ୍ରକଳା ଉତ୍ତର ପ୍ରଦେଶ ୨୦୦୮ କ୍ୟାଡର ବେଚ ଚନ୍ଦ୍ରକଳାଙ୍କ ଘରେ ନିକଟରେ ସିବିଆଇ ଚଢ଼ାଉ କରିଥିଲା | ଚନ୍ଦ୍ରକଳାଙ୍କ ଘର ତେଲେଙ୍ଗାନାରେ | ଖନନ ମାମଲାରେ ସିବିଆଇ ଉତ୍ତର ପ୍ରଦେଶ ସମେତ ତାଙ୍କର ଅନ୍ୟାନ୍ୟ ୭ଟି ଜାଗାରେ ଚଢ଼ାଉ କରିଥିଲା | ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଚନ୍ଦ୍ରକଳା | ଚଢ଼ାଉ ପରଠାରୁ ଚନ୍ଦ୍ରକଳାଙ୍କ ପ୍ରଶଂସକ ତାଙ୍କ ପ୍ରତିକ୍ରିୟା ଅପେକ୍ଷାରେ ରହିଥିଲେ |
ସୋମବାର ଦିନ ଚନ୍ଦ୍ରକଳାଙ୍କ ଲିଙ୍କଡ଼ଇନ ଆକାଉଣ୍ଟରୁ ଏକ କବିତା "ରେ ରଙ୍ଗରେଜ ତୁ ରଙ୍ଗ ଦେ ମୁଝକୋ" କବିତାର ଏକ ପଂକ୍ତି ପୋଷ୍ଟ କରିଥିଲେ | ଚନ୍ଦ୍ରକଳାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ତାଙ୍କୁ ଖୋଲାଖୋଲି ଭାବେ ନିଜ ମନର ଭାବ ପ୍ରକାଶ କରିବା ପାଇଁ ପ୍ରେରଣା ଦେଇଛନ୍ତି | ଚନ୍ଦ୍ରକଳାଙ୍କ ମାମଲା ବର୍ତ୍ତମାନ ଅଦାଲତରେ ଚାଲିଥିବା ସେ ପୋଷ୍ଟରେ ଲେଖିଥିଲେ | ତେବେ ତଦନ୍ତକାରୀ ଏଜେନ୍ସିକୁ ତାଙ୍କ କାମ କରିବାକୁ ଛାଡି ଦିଆଯାଉ ବୋଲି ଲେଖିଥିଲେ | ଲିଙ୍କଡ଼ଇନ ଆକାଉଣ୍ଟରୁ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଏହା ଚନ୍ଦ୍ରକଳାଙ୍କ ନିଜ ଆକାଉଣ୍ଟ ନା ନୁହଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ |