Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୨୯ ବର୍ଷରେ ୫୪ ଥର ହେଲାଣି ଟ୍ରାନ୍ସଫର: ଟ୍ୱିଟ୍ ଓ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ IAS ଅଧିକାରୀ ଅଶୋକ ଖେମକା

23/10/2021 at 9:04 PM

ନୂଆଦିଲ୍ଲୀ ୨୩/୧୦ : ହରିୟାଣା ଆଇଏଏସ୍ ଅଧିକାରୀ ଅଶୋକ ଖେମକାଙ୍କ ଟ୍ରାନ୍ସଫରକୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି। ନିଜ ଟ୍ୱିଟ୍ ଏବଂ କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଶୋକ ଖେମକାଙ୍କର ୨୯ ବର୍ଷ ସେବାରେ ୫୪ ତମ ଥର ଟ୍ରାନ୍ସଫର ହୋଇଛି। ଏଥର ତାଙ୍କୁ ହରିୟାଣାର ଅଭିଲେଖ, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ମୁଖ୍ୟ ସଚିବରୁ ପୁଣିଥରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଅମିତ ଝାଙ୍କୁ ହଟାଇ ଖେମକାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଏଥର ଅଶୋକ ଖେମକାଙ୍କୁ ଜଜପା କୋଟା ରାଜ୍ୟ ମନ୍ତ୍ରୀ ଅନୁପ ଧନକଙ୍କ ବିଭାଗରୁ ହଟାଇ ପ୍ରାୟ ଦୁଇ ବର୍ଷ ପରେ କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜଙ୍କ ସହ ନିଯୁକ୍ତି ଦିଆଯାଇଛି। ଏଥି ସହିତ ତାଙ୍କୁ ମତ୍ସ୍ୟ ବିଭାଗ ଦାୟିତ୍ୱ ମଧ୍ୟ ଦିଆଯାଇଛି ଯାହା କ୍ୟାବିନେଟ ମନ୍ତ୍ରୀ ଜେପି ଦଲାଲଙ୍କ ପାଖରେ ଅଛି।

ଆଇଏଏସ୍ ଅଧିକାରୀ ଅଶୋକ ଖେମକାଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜଙ୍କ ସହ ଭଲ ସମ୍ପର୍କ। କ୍ରୀଡା ବିଭାଗର ମୁଖ୍ୟ ସଚିବ ଭାବରେ ଖେମକାଙ୍କୁ କ୍ରୀଡା ମନ୍ତ୍ରୀ ଭାବରେ ଅନିଲ ବିଜ ନିଜର ବାର୍ଷିକ ଗୋପନୀୟ ରିପୋର୍ଟରେ ୧୦ ରୁ ୯.୯୨ ମାର୍କ ଦେଇଥିଲେ। ଏହା ସହ ବିଜ କହିଥିଲେ ଯେ ସେ ତିନି ବର୍ଷ ମଧ୍ୟରେ ୨୦ ରୁ ଅଧିକ ଆଇଏଏସ୍ ଅଧିକାରୀଙ୍କ ସହ କାମ କରିଛ, କିନ୍ତୁ କୌଣସି ଅଧିକାରୀ ତାଙ୍କ ନିକଟତର ନଥିଲେ। ବିଜଙ୍କ ଏହି ବୟାନ ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଖେମକାଙ୍କ ମାର୍କ ହ୍ରାସ କରି ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ଏବଂ ବିବାଦ ହାଇକୋର୍ଟରେ ପହଞ୍ଚିଥିଲା।

ଆଇଏଏସ୍ ଅଧିକାରୀ ଖେମକାଙ୍କ ନାଁ ୨୦୧୨ ରେ ଚର୍ଚ୍ଚାକୁ ଆସିଥିଲା ​​ଯେତେବେଳେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କମ୍ପାନୀ ଏବଂ ରିଏଲ୍ ଇଷ୍ଟେଟ୍ ସଂସ୍ଥା DLF ମଧ୍ୟରେ ହୋଇଥିବା ଜମି ଚୁକ୍ତି ବାତିଲ କରିଦେଇଥିଲେ। ସେବେଠାରୁ ତାଙ୍କର ଲଗାତାର ଟ୍ରାନ୍ସଫର ହେଉଛି। ଏଥି ସହିତ ନିଜର ୫୧ ତମ ଟ୍ରାନ୍ସଫର ପରେ ସେ କହିଥିଲେ ଯେ ବର୍ତ୍ତମାନ ଲାଗୁଛି ଯେମିତି ଭେଜା ଫ୍ରାଏ ହୋଇଗଲାଣି।

   Related Posts