Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ…

30/12/2019 at 9:32 PM

ଭୁବନେଶ୍ବର୩୦/୧୨: ଲାଞ୍ଚୁଆ ଆଇଏଏସ୍ ଅଧିକାରୀ  ଗିରଫ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ବଡ଼ବାବୁ, ଆଉ ସେତିକିବେଳେ ଧରି ପକାଇଲା ଭିଜିଲାନ୍ସ । ବିଜୟ କେତନଙ୍କ ସୋରରେ ଥିବା ପୈତୃକ ଘର, ଭୁବନେଶ୍ବର ଅଫିସ, ସରକାରୀ କ୍ବାର୍ଟର୍ସ ସମେତ ଅନ୍ୟ କେତେକ  ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

ମୋ ସରକାରରେ ଏବେ ଆଇଏଏସ୍‌ଙ୍କ ପାଳି । ଭିଜିଲାନ୍ସ ହାତରେ ଧରାପଡିଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ । ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ବିଜୟ କେତନଙ୍କୁ ରେଡ୍ ହ୍ୟାଣ୍ଡେଡ୍‌ ଧରିଛି ଭିଜିଲାନ୍ସ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଫାଇଲ କାମ କରିବାକୁ ଲକ୍ଷେଟଙ୍କା ଲାଞ୍ଚ ମାଗିଥିଲେ । ଏକଥା ସରକାରଙ୍କ ପକ୍ଷରୁ ଚାଲିଥିବା ମୋ ସରକାର କାର୍ଯ୍ୟକ୍ରମକୁ ଅବଗତ କରାଯାଇଥିଲା । ଏହା ଉପରେ ନଜର ରଖିବାକୁ ସରକାର ଦେଇଥିଲେ ଭିଜିଲାନ୍ସକୁ ନିର୍ଦେଶ । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା। ମୋ ସରକାରର ଏହି ଅପରେସନ୍‌ର କିଛି ବି ଟେର ପାଇନଥିଲେ ବିଜୟ କେତନ ।

 ଆଜି ବିଜୟ କେତନ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ବିଜୟ କେତନଙ୍କ ସୋରରେ ଥିବା ପୈତୃକ ଘର, ଭୁବନେଶ୍ବର ଅଫିସ, ସରକାରୀ କ୍ବାର୍ଟର୍ସ ସମେତ ଅନ୍ୟ କେତେକ  ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।  ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ବିଜୟ କେତନଙ୍କ ଡିଲ୍ ସଂପର୍କିତ କାଗଜ ପତ୍ର ଯାଞ୍ଚ କରୁଛି ।  ବିଜୟ କେତନଙ୍କୁ ଗିରଫ କରାଯାଇଛି ।

ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ ପଦରେ ରହିଆସିଥିବା ବିଜୟ କେତନ ଏବେ ଉଦ୍ୟାନ କୃଷିର ନିର୍ଦ୍ଦେଶକ ଅଛନ୍ତି । 5T ଲାଗୁ ହେବା ପରେ ଭିଜିଲାନ୍ସ ହାତରେ ଧରାପଡ଼ିବାରେ ସେ ହେଉଛନ୍ତି ପ୍ରଥମ ଆଇଏଏସ ଅଫିସର। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ଏହି ଘଟଣା ଅଧିକ ବଳ ଦେଇଛି । ବଡବାବୁ ମାନଙ୍କ ପାଇଁ ଏହା ମଧ୍ୟ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ଆଗକୁ ବହୁ ବଡବଡ ଅଫିସର ବି ଟ୍ରାପ ହେବେ ବୋଲି ଚର୍ଚା ହେଉଛି ।

ସେପଟେ ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ଙ୍କୁ ସରକାର କାହିଁକି ଧରୁ ନାହାଁନ୍ତି ବୋଲି ବିରୋଧୀ ଯେଉଁ ଆକ୍ଷେପ କରୁଥିଲେ ବିଜୟଙ୍କୁ ଧରି ସରକାର ଏକପ୍ରକାର ଏହାର ଜବାବ ଦେଇଛନ୍ତି। ବିଜୟ କେତନ ୨୦୦୯ ବ୍ୟାଚର ଆଇଏଏସ୍ । ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସେ ୫ମ ସ୍ଥାନ ଅଧିକାର କରିବା ସହ ସେ ଷ୍ଟେଟ ଟପର ଥିଲେ ।

   Related Posts