IAS ନମ୍ରତାଙ୍କୁ ବିବାହ କଲେ IPS ନିଖିଲ୍: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରଣ ମାଳା ପିନ୍ଧାଇ ନେଲେ ସାତ ଫେରେ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯ : ସାଧାରଣତଃ IAS ଏବଂ IPS ଅଧିକାରୀଙ୍କ ବହୁ ଉଚ୍ଚ ପଦବୀର ଅଧିକାରୀ ହୋଇଥାନ୍ତି । ତେବେ ତାଙ୍କ ବିବାହ ମଧ୍ୟ ସେହି ଭଳି ହୋଇଥାଏ । ଯେଉଁଥି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଶାନଦାର ଭାବେ ଆୟୋଜନ କରା ଯାଇଥାଏ । ହେଲେ ଆମେ ଆପଣଙ୍କୁ ଏପରି ବିବାହ ଦେଖାଉଛୁ, ଯେଉଁଥିରେ ଜଣେ ଆଇଏଏସ୍ ମହିଳା ଅଧିକାରୀ ଏବଂ ଜଣେ ଆଇପିଏସ୍ ଅଧିକାରୀଙ୍କୁ ସରଳ ଢଙ୍ଗରେ କୋର୍ଟରେ ଦୁହେଁ ଜୀବନସାଥୀ ଭାବେ ଯୋଡି ହୋଇଥିଲେ । ତେବେ ଏହି ବିବାହରେ କଲେକ୍ଟର କାର୍ଯ୍ୟାଳୟ ମଣ୍ଡପ୍‌ ହୋଇଥିବା ବେଳେ ଏବଂ ପ୍ରଶାସନିକ ଅଧିକାରୀ ହୋଇଥିଲେ ବରଯାତ୍ରୀ ।

ତେବେ ସୂଚନା ଅନୁଯାୟୀ କନ୍ୟା ଆଇଏଏସ୍  ଓ ବର ଆଇପିଏସ୍‌ ଦୁହେଁ ଜିଲ୍ଲା କଲେକ୍ଟରଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । ଏସ୍‌ପି ସହ ଅନ୍ୟ ଅଫିସର ଏହି କଲେକ୍ଟରଙ୍କ ରୁମ୍‌ରେ କୋର୍ଟ ମ୍ୟାରେଜ୍‌ କରିକି ଆଇଏଏସ୍‌ ନମ୍ରତା ଜୈନ୍‌ ଓ ଆଇପିଏସ୍‌ ନିଖିଲ୍‌ଙ୍କୁ ଜୀବନ ସାଥି ହୋଇଥିଲେ। ତେବେ ଦୁହେଁ ୨୦୧୯ ବ୍ୟାଚ୍‌ର ଅଫିସର ଅଟନ୍ତି । ଉଭୟ ଅଧିକାରୀଙ୍କ ପ୍ରେମ କାହାଣୀ ‘ଟ୍ରେନିଂରୁ ଆରମ୍ଭ ହୋଇଥିଲା ଏବଂ ଉଭୟଙ୍କ ପରିବାର ଉପସ୍ଥିତିରେ ସେମାନେ କଲେକ୍ଟରଙ୍କ ଅଫିସରେ ବିବାହ କରିଥିଲେ। ଏହା ସହ ସମସ୍ତେ ନବ ବିବାହିତ ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଦେଇଥିଲେ।

୨୦୧୯ ବ୍ୟାଚ୍‌ର ଜଣେ ପ୍ରଶିକ୍ଷକ IAS ଅଧିକାରୀ ନମ୍ରତା ସରିପାଲି SDM ଭାବରେ ପୋଷ୍ଟ ହୋଇଥିବାବେଳେ ୨୦୧୯ ବ୍ୟାଚ୍‌ର ପ୍ରଶିକ୍ଷକ ଆଇପିଏସ୍ ନିଖିଲ ରାଖେ ହାଇଦ୍ରାବାଦରେ ଆଇପିଏସ୍ ଟ୍ରେନିଂ ସେଣ୍ଟରରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.