Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

19/06/2021 at 12:28 PM

ଭୁବନେଶ୍ଵର, ୧୯/୦୬ : ଗୁଜୁରାଟ କ୍ୟାଡରର ଓଡ଼ିଆ ଆଇଏଏସ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକ । ଗୁରୁପ୍ରସାଦଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସ୍ଵର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ଯ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଓଡିଶା ଜନ୍ମିତ ଆଇଏଏସ ଅଧିକାରୀ ଗୁରୁପ୍ରସାଦଙ୍କ ଦେହାନ୍ତ ଖବର ମର୍ମାହତ କରିଛି । ସେ ନିଜର ପ୍ରଶାସନିକ ଦକ୍ଷତା ପାଇଁ ପରିଚିତ ଥିଲେ । ଏହାସହ ତାଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଦେଶର ଜଣେ ବଳିଷ୍ଠ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଲା ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି । ସେହିପରି ରେଳମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଟ୍ଵିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦେଶପ୍ରତି ତାଙ୍କର ଅବଦାନ ମହତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟ କ୍ୟାଡର ୧୯୮୬ ବ୍ୟାଚର୍ ଆଇଏଏସ ଗୁରୁପ୍ରସାଦ ମହାପାତ୍ର । ସେ ବର୍ତ୍ତମାନ ଡିପିଆଇଆଇଟି ବିଭାଗରେ ସଚିବ ଭାବେ ଦାୟିତ୍ଵ ତୁଲାଉଥିଲେ । ଏଥି ସହିତ ସେ ଏମଏସଏମଇ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରୁଥିଲେ । ଡକ୍ଟର ଗୁରୁପ୍ରସାଦ ମହାପାତ୍ର ହେଉଛନ୍ତି ପ୍ରଖ୍ୟାତ ସାହିତ୍ୟିକ ସ୍ଵର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । ଏହା ପୂର୍ବରୁ ମଧ୍ୟ ସେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଥିଲେ । ବିମାନବନ୍ଦର ଭିତ୍ତିଭୂମିର ବିକାଶ ଦିଗରେ ତାଙ୍କର ଭୂମିକା ବେଶ୍ ସେ ଗୁରୁତ୍ଵପୂର୍ଣ୍ଣ ଥିଲା । ଏଥି ସହିତ ସେ ବିଭିନ୍ନ ବିଭାଗ ଓ ସଂସ୍ଥାରେ ଉଚ୍ଚପଦବୀରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

   Related Posts