ଆଇଏଏସ୍‌ ବିଜୟ କେତନ ସସ୍‌ପେଣ୍ଡ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ୱର ୩୦।୧୨ - ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ସସ୍‌ପେଣ୍ଡ କରାଯାଇଛି । ରାଜ୍ୟ ସରକାର ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ବିଜୟ କେତନଙ୍କୁ ରାଜ୍ୟ ଦୁର୍ନିତୀ ନିବାରଣ ସଂସ୍ଥା ପକ୍ଷରୁ ଗିରଫ କରାଯାଇଛି । ସ୍ୱଚ୍ଛତା ନୀତି ଅବଲମ୍ବଲ କରାଯାଉଛି । କୌଣସି ଦୁର୍ନୀତଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।


ସୂଚନା ଯୋଗ୍ୟ ୨୦୦୯ ବ୍ୟାଚ୍‌ର IAS ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ଜଣାଯାଇଛି । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ଖୋଳତାଡ ଜାରି ରଖିଛି ।

{"id":204642,"sizeSlug":"large"}

ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏହାସହିତ ମଧ୍ୟ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ତେବେ ବିଭିନ୍ନ ସ୍ଥାନରେ ଚଢାଉ ପାଇଁ ଆଉ ୨ଟି ଅତିରିକ୍ତ ଟିମ୍ କଟକରୁ ପଠାଯାଇଛି । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଛି । ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ତେବେ ଚଢାଉ ସହ ଛାନ୍‌ଭିନ୍‌ ଜାରି ଥିବାରୁ ଭିଜିଲାନ୍ସ ପକ୍ଷରୁ ସମ୍ପୂଣ୍ଣ ସୂଚନା ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.