ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ
3/02/2020 at 4:05 PM

ଭୁବନେଶ୍ବର୩/୧: ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ହେଲେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୯ ବ୍ୟାଚ୍ର ଆଇଏଏସ ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବୋଲି ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ତଦନ୍ତ ଆରମ୍ଭ କରିଥିଲା ।
ଜାମିନ୍ ଆବେଦନର ଶୁଣାଣି ପରେ ୧୪ଦିନ ପାଇଁ ବିଚାର ବିଭାଗ ହାଜତକୁ ତାଙ୍କୁ ପଠାଯାଇଥିଲା । ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଏହାସହିତ ମଧ୍ୟ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଥିଲା । ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।
ମୋ ସରକାର ଲାଗୁ ହେବା ପରେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଏହା ଥିଲା ପ୍ରଥମ ଘଟଣା। ‘ମୋ ସରକାର’କୁ ଆସିଥିବା ଅଭିଯୋଗ ଆଧାରରରେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଫେବୃଆରୀ ୩ ତାରିଖରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛି।