ଭିଜିଲାନ୍ସ ଟ୍ରାପରେ IAS ବିଜୟ କେତନ
30/12/2019 at 1:52 PM

ଭୁବନେଶ୍ବର ୩୦।୧୨: ଭିଜିଲାନ୍ସ ଜାଲରେ ୨୦୦୯ ବ୍ୟାଚ୍ର IAS ବିଜୟ କେତନ ଉପାଧ୍ୟାୟ । ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ଜଣାଯାଇଛି । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ଖୋଳତାଡ ଜାରି ରଖିଛି ।

ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏହାସହିତ ମଧ୍ୟ ଶ୍ବସୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ତେବେ ବିଭିନ୍ନ ସ୍ଥାନରେ ଚଢାଉ ପାଇଁ ଆଉ ୨ଟି ଅତିରିକ୍ତ ଟିମ୍ କଟକରୁ ପଠାଯାଇଛି । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଛି । ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ତେବେ ଚଢାଉ ସହ ଛାନ୍ଭିନ୍ ଜାରି ଥିବାରୁ ଭିଜିଲାନ୍ସ ପକ୍ଷରୁ ସମ୍ପୂଣ୍ଣ ସୂଚନା ଦିଆଯାଇନାହିଁ ।