ଆଇଏଏସ ବିଜୟ କେତନଙ୍କ ଉପରୁ ହଟିଲା ନିଲମ୍ବନ
28/06/2020 at 9:59 PM

ଭୁବନେଶ୍ୱର, ୨୮|୦୬: ଆଇଏଏସ ବିଜୟ କେତନଙ୍କ ଉପରେ ଲାଗିଥିବା ନିଲମ୍ବନକୁ ଉଠାଇ ଦିଆଯାଇଛି । ରାଜ୍ୟ ସରକାର ତାଙ୍କୁ ପୁନଃ ଅବସ୍ଥାପିତ କରିଛନ୍ତି । ତାଙ୍କୁ ରାଜସ୍ୱ ପର୍ଷଦ ବୋର୍ଡର ସଚିବ ଭାବେ ନିଯୁକ୍ତ କରାଯାଇଛି ।
୨୦୦୯ ବ୍ୟାଚ୍ର ଆଇଏଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଜାଲରେ ଫସିଥିଲେ। ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ଖୋଳତାଡ ଆରମ୍ଭ କରିଥିଲା । ଅଭିଯୋଗ ପରେ ତାଙ୍କୁ ଗତ ଡିସେମ୍ବର ୩୦ରେ ନିଲମ୍ବନ କରାଯାଇଥିଲା ।
Related Posts
ଅବକାରୀ ଚଢ଼ାଉ, ଚୋରା ଦେଶୀ ମଦ ସହିତ ମହିଳା ଗିରଫ
4 March 2021