ବାପାଙ୍କ ସ୍ବପ୍ନ ଥିଲା ଝିଅ ପାଠ ପଢ଼ି ବଡ଼ ମଣିଷ ହେବ : କ୍ଲର୍କରୁ ସିଧା ଆଇଏଏସ୍‌ ହେଲେ ଶ୍ରୀଧନ୍ୟା

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ୨୩/୨: ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦିନ ମଜୁରିଆଙ୍କ ଝିଅ। ୟୁପିଏସ୍‌ସି ବା ଭାରତୀୟ ପ୍ରଶାସନିକ ସେବାର ପ୍ରିଲିମି ପରୀକ୍ଷାର ଫର୍ମ ବାହାରିଛି । ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ହେବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ନିଜର ପ୍ରସ୍ତୁତି କରିଥାଆନ୍ତି। ସେଥିପାଇଁ କଠିନ ପରିଶ୍ରମ ଓ ନିଷ୍ଠାର ଆବଶ୍ୟକତା ରହିଛି। କିନ୍ତୁ ୟୁପିଏସ୍‌ସି ପରୀକ୍ଷାରେ ଜଣେ ଆଦିବାସୀ ଯୁବତୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଶ୍ରୀଧନ୍ୟାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି।

{"id":228079,"sizeSlug":"large"}

ଗତ ବର୍ଷ ୟୁପିଏସସି ପରୀକ୍ଷା ଫଳ ବାହାରିଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବହୁ ନୂଆ ଚେହେରା ସାମ୍ନା ଆସିଛି। ସେମାନଙ୍କ ମଧ୍ୟରୁ କେରଳର ଓ୍ବାଇନାଡ୍‌ର ଜଣେ ଯୁବତୀ ଶ୍ରୀଧନ୍ୟା ସୁରେଶ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।୨୦୧୮ ମସିହା ୟୁପିଏସ୍‌ସି ପରୀକ୍ଷାର ୪୧୦ ତମ ସ୍ଥାନରେ ଶ୍ରୀଧନ୍ୟାଙ୍କ ନାଁ ରହିଛି।

{"id":228080,"sizeSlug":"large"}

କେରଳର ଜଣେ ଆଦିବାସୀ ପରିବାରରେ ଶ୍ରୀଧନ୍ୟା ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ମନରେଗାରେ ଦିନ ମଜୁରିଆ ଭାବେ ଧନୁ ତୀର ବିକ୍ରି କରନ୍ତି। ଶ୍ରୀଧନ୍ୟାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନୁହେଁ ତଥାପି କଠିନ ପରିଶ୍ରମ ଓ ନିଷ୍ଠା ତାଙ୍କୁ ସଫଳତାର ସ୍ବାଦ ଚଖାଇଛି। ସେ ବହୁ କଷ୍ଟରେ ସେଣ୍ଟ ଜୋସେଫ୍‌ କଲେଜରୁ ଗ୍ରାଜୁଏସନ ବା ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରିବାରର ଅଭାବି ସତ୍ତ୍ବେ ଜୁଲୋଜିରେ ଶ୍ରୀଧନ୍ୟା ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ବାପାଙ୍କ ସ୍ବପ୍ନ ଥିଲା ଝିଅ ପାଠ ପଢ଼ି ବଡ଼ ମଣିଷ ହେବ। ହେଲେ ବାପାଙ୍କ ସ୍ବପ୍ନକୁ ଆଜି ଶ୍ରୀଧନ୍ୟା ପୂରଣ କରିଛନ୍ତି।

{"id":228081,"sizeSlug":"large"}

ପାଠ ପଢ଼ା ଶେଷ ହେବା ପରେ ଅନୁସୁଚିତ ଜନଜାତି ବିକାଶ ବିଭାଗରେ କ୍ଲର୍କ ପଦରେ ସେ କାମ କରିବା ଆରମ୍ଭ କରିଥିଲେ। କିଛି ମାସ ପରେ ୟୁପିଏସସି ପରୀକ୍ଷା ପ୍ରତି ଶ୍ରୀଧନ୍ୟା ମନ ବଳାଇଥିଲେ। ତୃତୀୟ ଥରରେ ୟୁପିଏସସି ପରୀକ୍ଷାରେ ଶ୍ରୀଧନ୍ୟା ସଫଳତା ପାଇଥିଲେ। ଏମିତି କି ଦିଲ୍ଲୀରେ ପହଞ୍ଚି ଇଣ୍ଟରଭ୍ୟୁ ଦେବା ଲାଗି ତାଙ୍କ ପାଖରେ ଟଙ୍କା ନଥିଲା। ସାଙ୍ଗମାନଙ୍କଠାରୁ ଟଙ୍କା ଏକାଠି କରି ଦିଲ୍ଳୀରେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.