Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଆଇଏଏସ ବି.ଚନ୍ଦ୍ରକଳା ସିବିଆଇ ଚଢ଼ଉର ୯ଦିନ ପୂର୍ବରୁ ବି କିଣିଥିଲେ ଫ୍ଲାଟ, ଏହା ସିବିଆଇ ସ୍କାନରରେ ନେବ ଆଉଏକ ନୂଆମୋଡ଼

7/01/2019 at 8:40 PM

ନୂଆଦିଲ୍ଲୀ ୭/୧- ଉତ୍ତରପ୍ରଦେଶର ମାଇନିଂ ସ୍କାମରେ ଛନ୍ଦି ଯାଇଥିବା ବି. ଚନ୍ଦ୍ରକଳାଙ୍କ ନାମରେ ଆଉ ଏକ ସାଂଘାତିକ ଅଭିଯୋଗ ।  ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ଜାନୁଆରୀ ୪ ତାରଖରେ କରିଥିଲା ଚଢ଼ଉ । କିନ୍ତୁ ଚଢ଼ାଉର ୯ ଦିନ ପୂର୍ବରୁ ଚନ୍ଦ୍ରକଳା କିଣିଥିଲେ ଆଉ ଏକ ଫ୍ଲାଟ,  ଯାହା ସିବିଆଇ ସ୍କାନରରେ  ଆଉ ଏକ ସାଂଘାତିକ ଅଭିଯୋଗ ।

ବି. ଚନ୍ଦ୍ରକଳା ୨୦୦୮ ବ୍ୟାଚର ଆଏଏସ ଅଫିସର । କିନ୍ତୁ ୨୦୧୦-୧୧ରେ ଟ୍ରେନିଂସାରି ଆହ୍ଲାହାବାଦରେ ଏସଡ଼ିଏମ ଭାବେ ଯୋଗଦାନ କରିଥିଲେ । ୨୦୧୦ରେ ଦର୍ଶାଇଥିବା ରିଟର୍ଣ୍ଣ ଫାଇଲରେ ସେ ତାଙ୍କର ରୋଜଗାର  ଆୟ-ବ୍ୟୟ ସମାନ ଦର୍ଶାଇ ଦାଖଲ କରିଥିଲେ । ୨୦୧୧ ମସିହାରେ ଦାଖଲ କରିଥିବା ରିଟର୍ଣ୍ଣରେ ତାଙ୍କ ସ୍ଵାମୀ ୧୦ ଲକ୍ଷ ଟଂକାର ଫ୍ଲାଟ କିଣିଥିବା କଥା ଦର୍ଶାଇଥିଲେ । ଯାହା ତାଙ୍କ ସ୍ଵାମୀ ନିଜ ରୋଜଗାରରୁ ଆନ୍ଧ୍ରପ୍ରଦେଶର ରଂଗାରେଡ଼୍ଡ଼ୀ ନଗରପାଳିକାରେ କିଣିଥିଲେ ।

୨୦୧୨ ମସିହା ରିଟର୍ଣ୍ଣରେ ଦର୍ଶାଇଛନ୍ତି, ସେ ବ୍ୟାଙ୍କଲୋନ ୨୩.୫୦ ଲକ୍ଷ, ପ୍ରାଇଭେଟ ଲୋନ ୪ଲକ୍ଷ ଓ ନିଜ ଦରମା ୨.୫୦ଲକ୍ଷ ମୋଟ ୩୦ ଲକ୍ଷ ବ୍ୟୟରେ ଅନ୍ନପୂର୍ଣ୍ଣାନଗରରେ ଫ୍ଲାଟ କିଣିଥିଲେ ।

୨୦୧୩ ମସିହାରେ ହମିରପୁର ଜିଲ୍ଲାଧିକାରୀଭାବେ ଯୋଗଦାନ କରିଥିଲେ । ସେହିବର୍ଷ  ଲକ୍ଷ୍ନୌର ସରୋଜୀନି ନାଇଡ଼ୁ ମାର୍ଗରେ ୪୮ଲକ୍ଷ ବ୍ୟୟରେ ବାପା-ମାଆ ଫ୍ଲାଟଟିଏ ଉପହାର ଦେଇଥିଲେ । ସେହିବର୍ଷ ୨.୩୭ ଏକର ଜମି ଆନ୍ଧପ୍ରଦେଶର କରିମନଗରରେ ତାଙ୍କ ସ୍ଵାମୀ କିଣିଥିଲେ ବୋଲି ଦର୍ଶାଇଛନ୍ତି ।

୨୦୧୫ ମସିହାରେ ରିଟର୍ଣ୍ଣରେ ୪୮ଲକ୍ଷ( ଉପହାର ଦେଇଥିବା ତାଙ୍କ ବାପା-ମାଆ)ଫ୍ଲାଟରୁ ୬୭ ଲକ୍ଷ ଆୟ ହୋଇଥିବା କଥା ଦର୍ଶାଇଛନ୍ତି ।

ବି. ଚନ୍ଦ୍ରକଳା ନିଜର ସଂପତ୍ତି ତାଲିକାରେ ଡ଼ିସେମ୍ବର ୨୭ ତାରିଖରେ କିଣିଥିବା କିଛି ସୂଚନା ଦେଇନାହାଁନ୍ତି । ସିବିଆଇ ଚଢ଼ାଉ କରିବାର ମାତ୍ର ୯ଦିନ ପୂର୍ବରୁ ଏହା କିଣିଥିବା ସୂଚନା ମିଳିଛି ।

ଡ଼ିସେମ୍ବର ୨୭ ତାରିଖ ୨୦୧୮ ମସିହାରେ ତେଲେଙ୍ଗାନା ମଲକାଜଗିରି ଇଷ୍ଟ କଲ୍ୟାଣପୁରରେ ଏହି ଫ୍ଲାଟ ୨୨.୫୦ ଲକ୍ଷ ବ୍ୟୟରେ କିଣିଥିଲେ । ଏହି ଖବର ସିବିଆଇର ହସ୍ତଗତ ହେବାପରେ ବ. ଚନ୍ଦ୍ରକଳାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି ।

ବି. ଚନ୍ଦ୍ରକଳାଙ୍କ ଦରମା ୯୧,୪୦୦ ଥିବାବେଳେ, ଏତେ ଟଂକାର ସଂପତ୍ତି କୁଆଡ଼ୁ ଆସିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

   Related Posts