IAS ଅଶୋକ ଖେମକାଙ୍କ ପୁଣି ବଦଳି, ୨୮ ବର୍ଷର ଚାକିରୀ କାଳରେ ୫୩ତମ ବଦଳି, ଜାଣନ୍ତୁ କହିଲେ କ’ଣ
27/11/2019 at 10:47 PM

ହରିୟାଣା : ୧୯୯୧ ବ୍ୟାଚ୍ ର ହରିୟାଣା କ୍ୟାଡର ଆଇଏଏସ ଅଫିସର ଅଶୋକ ଖେମକାଙ୍କର ବୁଧବାର ପୁଣି ବଦଳି ହୋଇଛି। ରାଜ୍ୟ ସରକାର ୧୪ ଜଣ ଆଇଏଏସ ଅଫିସରଙ୍କ ବଦଳିରେ ଖେମକାଙ୍କୁ ମଧ୍ୟ ବଦଳାଇ ଦେଇଛନ୍ତି। ଏଥର ତାଙ୍କୁ ଅଭିଲେଖ, ପ୍ରତ୍ନତତ୍ୱ ଏବଂ ସଂଗ୍ରହାଳୟ ବିଭାଗର ସଚିବ ନିଯୁକ୍ତ କରାଯାଇଛି। ସରକାର ଗତ ମାର୍ଚ୍ଚ ମାସରେ ଖେମକାଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ମୁଖ୍ୟ ଶାସନ ସଚିବ ନିଯୁକ୍ତ କରିଥିଲେ। ସେ ତାଙ୍କ ବଦଳି ସମ୍ପର୍କରେ ଏକ୍ ଟ୍ୱିଟ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି।
फिर तबादला। लौट कर फिर वहीं।
— Ashok Khemka (@AshokKhemka_IAS) November 27, 2019
कल संविधान दिवस मनाया गया। आज सर्वोच्च न्यायालय के आदेश एवं नियमों को एक बार और तोड़ा गया। कुछ प्रसन्न होंगे।
अंतिम ठिकाने जो लगा। ईमानदारी का ईनाम जलालत।
ରାଜ୍ୟର ସଚ୍ଚୋଟ ଆଇଏଏସ ଅଫିସରଙ୍କ ମଧ୍ୟରେ ଅଶୋକ ଖେମକା ଅନ୍ୟତମ। ଗୁରୁଗ୍ରାମରେ ସୋନିଆ ଗାନ୍ଧିଙ୍କ ଜ୍ୱାଁଇ ରବର୍ଟ ୱାଡ୍ରାଙ୍କ ଜମିକିଣା ମାମଲାର ଯାଞ୍ଚ ଲାଗି ଅଶୋକ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ ସେ ଯେଉଁ ବିଭାଗକୁ ଯାଆନ୍ତି ସେଠାରେ ହୋଇଥିବା ଅନିୟମିତତା ଦୁର୍ନୀତି ଆଦିକୁ ଖେଳାଇଥାନ୍ତି। ଏଣୁ ତାଙ୍କୁ ବାରମ୍ବାର ବଦଳି କରାଯାଇଥାଏ। ଫଳରେ ୨୮ ବର୍ଷର ଚାକିରୀ କାଳରେ ଅଶୋକ ଏଥରକୁ ମିସାଇ ମୋଟ ୫୩ ଥର ବଦଳି ହେଲେଣି। ଏଥର ବଦଳି ସମ୍ପର୍କରେ ସେ କରିଥିବା ଟ୍ୱିଟ୍ ରେ ବିଶ୍ୱସ୍ଥତାର ଏହା ପୁରସ୍କାର ନା ଅବମାନନା ବୋଲି ପ୍ରଶ୍ନ କରିଛନ୍ତି।
Cobrapost story reveals huge donations made to political parties by entities linked to DHFL promoters.
— Ashok Khemka (@AshokKhemka_IAS) November 21, 2019
DHFL being referred for insolvency resolution. Estimated 30,000-40,000 crores swindled. Is this a quid pro quo?
Where is shame in our system? Fancy words cover big-big cheating. pic.twitter.com/ER6F7EYNPl
ପଶ୍ଚିମବଙ୍ଗ କୋଲକାତାରେ ଜନ୍ମିତ ଅଶୋକ୧୯୮୮ ମସିହାରେ ଆଇଆଇଟି ଖଗଡପୁରରୁ ବିଟେକ୍ ଉତୀର୍ଣ୍ଣ ହୋଇଥିଲେ। ପରେ ସେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଥିବା ବେଳେ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ୨୦୧୪ ମସିହାରେ ତତ୍କାଳୀନ ହୁଡ୍ଡା ସରକାର କାଳରେ ଖେମକା ଡିଏଲଏଫ ଲ୍ୟାଣ୍ଡ ଡିଲରେ ହୋଇଥିବା ଅନିୟମିତତାକୁ ପଦାରେ ପକାଇଦେଇଥିଲେ। ଏଣୁ ସରକାର ତାଙ୍କୁ ପରିବହନ ବିଭାଗକୁ ଟ୍ରାନ୍ସଫର କରିଥିଲେ।