ଜାଲ୍‌ ଦସ୍ତାବିଜ୍‌ ପ୍ରସ୍ତୁତ କରି ପଦୋନ୍ନତି ପାଇଥିଲେ IAS ଅଫିସର୍‌, ଏବେ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | July 11, 2021 IST

ଇନ୍ଦୋର, ୧୧/୦୭: ମଧ୍ୟପ୍ରଦେଶରେ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ର ଅଧିକାରୀଙ୍କୁ ପୋଲିସ୍ ଗିରଫ କରିଛି । ଅଫିସର୍‌ ଜଣକ ଜାଲ୍‌ ଦସ୍ତାବିଜ୍‌ ପ୍ରସ୍ତୁତ କରି ପଦୋନ୍ନତି ପାଇଥିବା ମାମଲାରେ ଏମ୍‌ଜି ରୋଡ୍‌ ପୋଲିସ୍‌ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଉକ୍ତ ଅଧିକାରୀଙ୍କ ନାମ ସନ୍ତୋଷ ବର୍ମା । କିଛିଦିନ ତଳେ ଜଣେ ମହିଳା ଲାସୁଡିଆ ଥାନାରେ ଏହି ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ମାର୍‌ପିଟ୍‌ ସହିତ ଅନ୍ୟ ସଙ୍ଗୀନ୍‌ ଧାରାରେ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ନିଜକୁ ନିର୍ଦ୍ଦୋଶ ଦର୍ଶାଇବା ପାଇଁ କୋର୍ଟଙ୍କର ଜାଲ୍‌ କାଗଜ ପ୍ରସ୍ତୁତ କରି ଆଇଏଏସ୍‌ ଅଧିକାରୀ ଜଣକ ପ୍ରମୋଶନ ନେଇଥିଲେ । ଏହାପରେ ଯେତେବେଳେ କୋର୍ଟରେ ଏହି ମାମଲାର ଯାଞ୍ଚ ହେଲା ସେତେବେଳେ ଏହା ନକଲି ଦସ୍ତାବିଜ ହୋଇଥିବା ଜଣାପଡ଼ିଥିଲା । ଏନେଇ ପୋଲସ୍‌ ତାଙ୍କ ବିରୋଧରେ ମାମଲା ଦାଏର୍‌ କରିଥିଲା । ଶନିବାର ରାତିରେ ପୋଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

କେବଳ ଏତିକି ନୁହେଁ, ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଇନ୍ଦୋର ପୋଲିସ ଗିରଫ କରିବା ଘଟଣା ଇନ୍ଦୋରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । IAS ଜଣକ ଦୀର୍ଘ ଦିନ ଧରି ତାଙ୍କ ସହପାଠୀଙ୍କ ସହ ଲିଭ୍ ଇନ୍ ସମ୍ପର୍କରେ ଥିଲେ ଏବଂ ପୂର୍ବରୁ ବିବାହ କରିଥିଲେ ମଧ୍ୟ ପରେ ଆଉ ଏକ ପ୍ରେମ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.