ୟୁପିଏସସି ପରୀକ୍ଷାରେ ସାରା ଦେଶରେ ଅଙ୍କିତା ରାଙ୍କ୍ ୩ : ଦେଲେ ସଫଳତାର ମନ୍ତ୍ର, ଏମିତି ଥିଲା ପ୍ରସ୍ତୁତି...

Published By : Prameya-News7 Bureau | September 26, 2021 IST

ନୂଆଦିଲ୍ଲୀ, ୨୬।୦୯ : ଦିନରେ ଅଫିସ । ରାତିରେ ପାଠପଢା । ସମୟ କମ୍ । ତା ଭିତରେ ବି କରିବାକୁ ହୁଏ ଟାଇମ୍ ମ୍ୟାନେଜମେଣ୍ଟ୍ । ଅଳ୍ପ ସମୟର କିପରି ସୁଫଳ ବିନିଯୋଗ କରାଯାଇପାରିବ ତାହା ପ୍ରମାଣିତ କରି ଦେଖାଇଛନ୍ତି ଆଗ୍ରାର ଅଙ୍କିତା ଜୈନ ତ୍ୟାଗୀ।

ଅଙ୍କିତା ସିଭିଲ ସର୍ଭିସ ପରୀକ୍ଷା ୨୦୨୦ରେ ହାସଲ କରିଛନ୍ତି ସଫଳତା । ଦେଶରେ ସେ ତୃତୀୟ ରାଙ୍କ୍ ହାସଲ କରିଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇପିଏସ  ଅଫିସର। ନିଜ ସଫଳତାର ଶ୍ରେୟ ଅଙ୍କିତା ବାପା, ମାଆ ଓ ତାଙ୍କ ସ୍ୱାମୀଙ୍କୁ ଦେଇଛନ୍ତି. ।

ଅଙ୍କିତାଙ୍କ କାହାଣୀ ପ୍ରେରଣୀଦାୟୀ । ସେ କହିଛନ୍ତି ଯେ, ଲକ୍ଷ୍ୟ ହାସଲ ପାଇଁ ସ୍ଥିର ରହିବାକୁ ହେବ । ଯେବେ ପରୀକ୍ଷା ଫଳ ପ୍ରକାଶ ପାଇଲା ତାହା ତାଙ୍କ ଜୀବନର ସବୁଠୁ ଆନନ୍ଦଦାୟକ ସମୟ ଥିଲା । ସେ ଦିନକୁ ୬ ଘଣ୍ଟା ପରିଶ୍ରମ କରୁଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସେ ଫୋକସ କରୁଥିଲେ । ଦିନରେ ଚାକିରୀ କରୁଥିଲେ  । ପରେ ଯେତିକି ସମୟ ମିଳୁଥିଲା ସେଥିରେ ସେ ପଢୁଥିଲେ ।

ସେ ୟୁପିଏସସି ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ସ୍ମାର୍ଟ ଷ୍ଟଡି ଉପରେ ଫୋକସ କରୁଥିଲେ । ପ୍ରଥମେ ସେ ଏନସିଇଆରଟି ବହି ପଢିଥିଲେ । ପରେ ସିଲାବସ୍ ଅନୁସାରେ ପାଠ ପଢୁଥିଲେ । ପଢିବା ସମୟରେ ପ୍ରତି ବିଷୟର ଛୋଟଛୋଟ ନୋଟ୍ କରୁଥିଲେ ।ଅଧିକରୁ ଅଧିକ ରିଭିଜନ୍ ତାଙ୍କୁ ସାହାଯ୍ୟ କରିଥିଲା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.