Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଇଏଏସ୍ ଏବଂ ଓଏଏସ ସ୍ତରରେ ବଡଧରଣର ଅଦଳବଦଳ, ବଦଳିଲେ ୨୨ ଆଇଏଏସ୍ ଓ ୧୦ଓଏଏସ୍ ଅଫିସର

21/06/2019 at 10:05 PM

ଭୁବନେଶ୍ୱର ୨୧।୬:  ରାଜ୍ୟ ସରକାର ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଶୁକ୍ରବାର ବଡଧରଣର ଅଦଳବଦଳ କରିଛନ୍ତି। ଏଥିରେ ୨୨ ଜଣ ଆଇଏଏସ୍ ଅଫିସରଙ୍କ ସମେତ ୧୦ ଜଣ ଓଏଏସ ଅଫିସରଙ୍କୁ ବଦଳି କରିଛନ୍ତି।   ଏ ନେଇ ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଡିଶା ଷ୍ଟେଟ୍ ମେଡିକାଲ କର୍ପୋରେସନର ଏମଡି ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ନିଗମ ଏମଡି ସମେତ ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅବସ୍ଥାପିତ ଥିବା ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସମେତ ରାଜ୍ୟ ଶ୍ରମ ଆୟୋଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

କଟକ ରାଜସ୍ୱବୋର୍ଡ ସଚିବ ପ୍ରଶାନ୍ତ କୁମାର ସେନାପତିଙ୍କୁ ଇନିସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ କଟକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଖାଉଟୀ ବ୍ୟାପାର ନିର୍ଦ୍ଦେଶକ ଥିବା ଦାଶରଥୀ ଶତପଥୀ ଓଡିଶା ବିଧାନସଭା ସଚିବ ଅବସ୍ଥାପିତ ହୋଇଛନ୍ତି।   କଟକ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିବା ବେଳେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ପଦବୀର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ  ହୋଇଛି।   ସେହିପରି ଶ୍ରମ ଆୟୋଗ ଓ ଇଏସଆଇ ନିର୍ଦ୍ଦେଶକ ଥିବା ଅଞ୍ଜନ କୁମାର ମାଣିକଙ୍କୁ କଟକ ଅବକାରୀ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। 

ଟୁରିଜିମ ନିର୍ଦ୍ଦେଶକ ଏବଂ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଅବସ୍ଥାପିତ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଓଡିଶା ସମବାୟ ସମିତି ରେଜିଷ୍ଟ୍ରାର ନିଯୁକ୍ତ କରାଯାଇଛି। ଏହି ପଦବୀରେ ଥିବା ଡ.ତ୍ରିବ୍ରିକ୍ରମ  ପ୍ରଧାନ  ଅବକାରୀ ବିଭାଗ ଅତିରିକ୍ତ ସଚିବ ନିଯୁକ୍ତ ହୋଇଛନ୍ତି।   କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସମାଜକଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ସମେତ ଓଏମବିଏଡିସିର ସିଇଓ ଅବସ୍ଥାପିତ କରାଯାଇଛି। କଟକ ମ୍ୟୁନସିପାଲ କର୍ପୋରେସନ କମିଶନର ଅବସ୍ଥାପିତ ଶରତ ଚନ୍ଦ୍ର ନାୟକ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଅବସ୍ଥାପିତ ହୋଇଛନ୍ତି।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଯାମିନୀ ଷଢଙ୍ଗୀ  ଓଡିଶା ଷ୍ଟେଟ୍ ମେଡିକାଲ କର୍ପୋରେସନର ଏମଡି ନିଯୁକ୍ତ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଭୂପେନ୍ଦର ଏସ୍.ପୁନିଆ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଅବସ୍ଥାପିତ ହୋଇଥିବା ବେଳେ ଅତିରିକ୍ତ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି ଜଗତସିଂପୁର କଲେକ୍ଟର ଅବସ୍ଥାପିତ ଗୁହା ପୁନମ ତାପସ କୁମାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୟୁଗ୍ମ ସଚିବ ଅବସ୍ଥାପିତ କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଅବସ୍ଥାପିତ କରାଯିବା ସହ ଅତିରିକ୍ତ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଏବଂ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏହି ପଦବୀରେ ଅବସ୍ଥାପିତ ସମର୍ଥ ବର୍ମା କେନ୍ଦ୍ରାପଡା ଜିଲ୍ଲାପାଳ ଅବସ୍ଥାପିତ ହୋଇଛନ୍ତି। ସମାଜକଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ରଘୁ ଜି କଟକ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଉଠା ଜଳସେଚନ ନିଗମ ଏମଡି ଅବସ୍ଥାପିତ ସୁରେନ୍ଦ୍ର କୁମାର ମୀଣାଙ୍କୁ କଟକ ରେଭିନ୍ୟୁ ବୋର୍ଡ ସଚିବ ଅବସ୍ଥାପିତ କରାଯାଇଛି।

ନୂଆପଡା ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ଓ କାର୍ମିକ ଅଭିଯୋଗ ବିଭାଗରେ ଯୋଗଦେଇଥିବା ମଧୁସ୍ମିତା ସାହୁ ଅବସ୍ଥାପିତ ହୋଇଛନ୍ତି।  ମହମ୍ମଦ ଅବ୍ଦଲ ଅଖତାରଙ୍କୁ କଟକ ପିଡି ଡିଆରଡିଏ ଅବସ୍ଥାପିତ କରାଯାଇଥିବା ବେଳେ ଭୁବନେଶ୍ୱର ମ୍ୟୁନସିପାଲ କର୍ପୋରେସନର ଅତିରିକ୍ତ କମିଶନର ଅନନ୍ୟା ଦାସ କଟକ ମ୍ୟୁନସିପାଲ କମିଶନର ଅବସ୍ଥାପିତ ହୋଇଛନ୍ତି। ସାଧାରଣ ପ୍ରଶାସନ ଓ କାର୍ମିକ ଅଭିଯୋଗ ବିଭାଗରେ ଯୋଗଦେଇଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାପାଳ ଶିତାଂଶୁ କୁମାର ରାଉତ ଖୋର୍ଦ୍ଧା ଜିଲ୍ଲାପାଳ ଅବସ୍ଥାପିତ ହୋଇଛନ୍ତି। ସହକାରିତା ବିଭାଗ ଅତିରିକ୍ତ ସଚିବ ଭବାନୀଶଙ୍କର ଚୈନୀଙ୍କୁ କଟକ ଜିଲ୍ଲାପାଳ ଅବସ୍ଥାପିତ କରାଯାଇଥିବା ବେଳେ ସିଡିଏ ଉପାଧ୍ୟକ୍ଷ ପଦବୀର  ଅତିରିକ୍ତ ଦାୟିତ୍ୱ ତୁଲାଇବେ। 

କୃଷି ଓ ମତ୍ସ୍ୟ ସମ୍ପଦ ଅତିରିକ୍ତ ସଚିବ ଓଏଏସ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂପୁର ଜିଲ୍ଲାପାଳ ଅବସ୍ଥାପିତ କରାଯାଇଥିବା ବେଳେ ଓଏମବିଏଡିସି ଜେନେରାଲ ମ୍ୟାନେଜର ଜ୍ୟୋତିରଞ୍ଜନ ପ୍ରଧାନ ଝାରସୁଗୁଡା ଜିଲ୍ଲାପାଳ ଅବସ୍ଥାପିତ ହୋଇଛନ୍ତି। ଓପେପା ପ୍ରକଳ୍ପ  ଓ  ଅତିରିକ୍ତ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦାୟିତ୍ୱରେ ଥିବା  ଓଏଏସ୍ ଅଫିସର ଜ୍ୟୋତିପ୍ରକାଶ ଦାସଙ୍କୁ ଡାଇରେକ୍ଟର ଟେକ୍ସଟାଇଲ୍ସ ଅବସ୍ଥାପିତ କରାଯାଇଥିବା ବେଳେ ବୟନିକା ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।   ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଥିବା କୃପାସିନ୍ଧୁ ମିଶ୍ରଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶ ଅବସ୍ଥାପିତ କରାଯାଇଛି। ଏହି ପଦବୀରେ ଥିବା ଲକ୍ଷ୍ମୀଧର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ ରମେଶଚନ୍ଦ୍ର ରାଉତଙ୍କୁ ଇଏସଆଇ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ରାଜସ୍ୱ ଓ ବପିର୍ଯ୍ୟ ପ୍ରସମନ ବିଭାଗ ଅତିରିକ୍ତ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। 

   Related Posts