Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଖେଳାଳି ଚୟନ ହିଁ ଟେଷ୍ଟ ଶୃଙ୍ଖଳାର ଫଳାଫଳ ସ୍ଥିର କରିବ: ଇଆନ ଚାପେଲ

22/11/2020 at 5:52 PM

ନୂଆଦିଲ୍ଲୀ ୨୨।୧୧: ନଭେମ୍ବର ୨୭ରେ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଉପରେ ସମଗ୍ର ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ନଜର। ମଇଦାନକୁ ଓହ୍ଲାଇବା ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତୀୟ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏହା ମଧ୍ୟରେ ମହାନ କ୍ରିକେଟ୍ ଖେଳାଳି ଇଆନ ଚାପେଲ ଭାରତ ଓ  ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟେଷ୍ଟ ଶୃଙ୍ଖଳାରେ ଖେଳାଳି ଚୟନ ହିଁ ମ୍ୟାଚ୍‌ର ଫଳାଫଳ ସ୍ଥିର କରିବ।

ଦୁଇ ଦଳ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଡିସେମ୍ବର ୧୭ରେ ଖେଳାଯିବ। ଅଧିନାୟକ ବିରାଟ କୋହଲି ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପରେ ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିବେ। କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ବଳକା ତିନୋଟି ମ୍ୟାଚ୍‌ରେ ଦଳର ନେତୃତ୍ଵ ନେବେ।

ଚାପେଲ କହିଛନ୍ତି, କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ବ୍ୟାଟିଂ କ୍ରମରେ ବଡ ପ୍ରଭାବ ପଡିପାରେ। ଏହା ସହିତ ତାଙ୍କ ଅନୁପସ୍ଥିତିରେ ପ୍ରତିଭାଶାଳୀ ଖେଳାଳିଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବ।  ତେଣୁ ପ୍ରତ୍ୟେକ ମୁକାବିଲାରେ ଦଳ ଚୟନ ହିଁ ନିର୍ଣ୍ଣାୟକ ହୋଇପାରେ। ଫଳାଫଳର ସ୍ତର ନିମ୍ନଗାମୀ ମଧ୍ୟ ହୋଇପାରେ, ଯାହା ନିର୍ଭର କରିବ ଯେ କିଏ ସବୁଠୁ ନିର୍ଭୀକ ଚୟନକର୍ତ୍ତା।

   Related Posts