Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଇପିଏଲ୍ ପରେ ଟି-୨୦ ବିଶ୍ଵ କପ୍ ମଧ୍ୟ ସ୍ଥଗିତ ହେବ ? ଏମିତି କାହିଁକି କହିଲେ ଇଆନ ଚାପେଲ୍

9/05/2021 at 8:33 PM

ନୂଆଦିଲ୍ଲୀ ୦୯।୦୫: ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଇଆନ ଚାପେଲ୍‌ଙ୍କ ମତରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ସ୍ଥଗିତ ହେବାରୁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, କ୍ରିକେଟ୍ ମଧ୍ୟ ଅଭେଦ୍ୟ ନୁହେଁ। ସେ କହିଛନ୍ତି, କୋଭିଡ୍-୧୯ କାରଣରୁ ଭାରତରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ଵ କପ୍ ସ୍ଥଗିତ ହେବା କିମ୍ବା କୌଣସି ଅନ୍ୟ ସ୍ଥାନରେ ଆୟୋଜନକୁ ଏଡାଇ ଦିଆଯାଇ ପାରିବ ନାହିଁ।

କଡା ଜୈବ ନିରାପତ୍ତା ବଳୟ(ବାୟୋ ବବଲ୍) ସତ୍ତ୍ଵେ ସନରାଇଜର୍ସ ହାଇଦ୍ରାବାଦର ଋଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍ ମିଶ୍ର ତଥା କୋଲକାତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ସଂକ୍ରମିତ ହୋଇଛନ୍ତି।

ଚାପେଲ୍ ଏକ ସାକ୍ଷାତକାରରେ କହିଛନ୍ତି, ବର୍ତ୍ତମାନ ମାହୋଲକୁ ଦେଖି ଆଇପିଏଲ୍ ସ୍ଥଗିତ ହେବା ଏକ ଭଲ ପଦକ୍ଷେପ। ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ସ୍ଥଗିତ ହୋଇପାରେ କିମ୍ବା ଅନ୍ୟ ଦେଶରେ ଆୟୋଜନ ହୋଇପାରେ।

ଭାରତ ସଂପ୍ରତି କରୋନାର ଦ୍ଵିତୀୟ ଲହର ସହ ସଂଘର୍ଷ କରୁଛି। ଏଠାରେ ପ୍ରତିଦିନ ଚାରି ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଭାରତରେ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଆଇସିସି ଓ ବିସିସିଆଇ ୟୁଏଇକୁ ଷ୍ଟାଣ୍ଡ ବାଇ ଭାବେ ରଖିଛନ୍ତି।

   Related Posts