‘ରୋହିତଙ୍କ ଭଳି ଆଉ କୌଣସି ଖେଳାଳି ଫିଲ୍ଡିଂ କରୁନାହାଁନ୍ତି’, ଏମିତି କାହିଁକି କହିଲେ ଚାପେଲ…
16/01/2021 at 11:16 AM

ବ୍ରିସବେନ,୧୬/୦୧: ଭାରତୀୟ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ବ୍ରିସବେନ୍ ଟେଷ୍ଟରେ ଆକର୍ଷଣୀୟ ଫିଲ୍ଡିଂ କରୁଥିବା ନଜର ଆସିଛି । ରୋହିତ ସ୍ଲିପରେ ଫିଲ୍ଡିଂ କରି ଅନେକ ଚମତ୍କାର କ୍ୟାଚ୍ ଧରିଥିଲେ । ଯାହାକୁ ଦେଖିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ଖେଳାଳି ଇଆନ ଚାପେଲ ଫ୍ୟାନ୍ ହୋଇଯାଇଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ପାଳିରେ ରୋହିତ ଡେଭିଡ୍ ଓ୍ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍ ଓ ଟିମ୍ ପେନଙ୍କ କ୍ୟାଚ୍ ଧରିଥିଲେ ।
ରୋହିତ ତିନୋଟି କ୍ୟାଚ୍ ଧରିବା ବେଳେ ସ୍ଲିପରେ କୌଣସି ଭୁଲ୍ କରିନଥିଲେ । ମହମ୍ମଦ ସିରାଜଙ୍କ ବଲରେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ୧ ରନରେ, ଓ୍ୱାଶିଂଟନ ସୁନ୍ଦରଙ୍କ ବଲରେ ଷ୍ଟିଭ୍ ସ୍ମିଥଙ୍କୁ ୩୬ ରନ୍ ଓ ଟି ନଟରାଜନଙ୍କ ବଲରେ ଟିମ୍ ପେନଙ୍କୁ ୫୦ ରନରେ ପ୍ୟାଭିଲିୟନ ପଠାଇଥିଲେ ରୋହିତ । ଏହି ପିଲ୍ଡିଂ ଦେଖି ଚାପେଲ କହିଛନ୍ତି ଯେ, ରୋହିତ ଏପରି କିଛି କରିଛନ୍ତି ଯାହା ଅନ୍ୟ ସ୍ଲିପର୍ ଫିଲ୍ଡର କରୁ ନାହାଁନ୍ତି । ତେଣୁ ସ୍ଲିପ୍ ଫିଲ୍ଡରମାନେ ଅଧିକ କ୍ୟାଚ୍ ଛାଡୁଛନ୍ତି ।
Now we need Rohit to click for batting too at #Gaby
— Sanjay Ishwarlal Upadhyay (@sanjayiu) January 16, 2021
Rohit 'Bucket Hands' Sharma 🤲
Another grab for Sharma as Shardul Thakur removes Tim Paine for 50…#AUSvIND pic.twitter.com/5wNBJsP2oI
ଗତ କିଛିଦିନ ଧରି ଅନେକ ଦଳରେ କ୍ୟାଚ୍ ଛାଡିବା କାରଣରୁ ବରିଷ୍ଠ ଖେଳାଳିମାନେ ଟାର୍ଗେଟରେ ରହୁଛନ୍ତି ।ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଉଭୟ ଦଳ ଅନେକ କ୍ୟାଚ୍ ଛାଡିଛନ୍ତି । ଗତମ୍ୟାଚରେ ଭାରତୀୟ ଖେଳାଳି ପ୍ରାୟ ୫ଟି କ୍ୟାଚ୍ ଛାଡିଥିଲେ ।