ଇଆନ ଚାପେଲ @ ୭୮ : ଭାଇ ଓ ଜେଜେ ବାପା ମଧ୍ୟ ଅଷ୍ଟ୍ରେଲିଆ ଦଳର ରହିସାରିଛନ୍ତି ଅଧିନାୟକ

Published By : Prameya-News7 Bureau | September 26, 2021 IST

ନୂଆଦିଲ୍ଲୀ, ୨୬।୦୯ :  ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଇଆନ ଚାପେଲ ରବିବାର ନିଜର ୭୮ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ବ୍ୟତୀତ ଭାଇ ଗ୍ରେଗ୍ ଚାପେଲ ଓ ଜେଜେ ବାପା ଓ୍ୱିକ୍ ରିଚାର୍ଡସନ୍ ମଧ୍ୟ ଅଷ୍ଟ୍ରେଲିଆର ଅଧିନାୟକ ରହିଥିଲେ । କିନ୍ତୁ ଦିନ ଏପରି ଥିଲା ଯେତେବେଳେ ଇଆନ ଟଙ୍କା ପାଇଁ ଜାତୀୟ ଦଳ ପାଇଁ ଖେଳିବାକୁ ମନା କରିଦେଇଥିଲେ । ପରେ ସେ ଦଳକୁ ଫେରିଥିଲେ ଓ ଦିନିକିଆ ବିଶ୍ୱକପ ରେ ଦଳର ନେତୃତ୍ୱ ନେଇଥିଲେ ।

୧୯୬୪ରେ ଅନ୍ତର୍ଜାତୀୟ ମୁକାବିଲାରେ ପଦାର୍ପଣ କରିଥିବା ୭୫ଟି ଟେଷ୍ଟ୍ ଖେଳି ୫୩୪୫ ରନ୍ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୨୬ ଅର୍ଦ୍ଧଶତକ ରହିଛି । ଏହାସହ ସେ ୨୦ଟି ଓ୍ୱିକେଟ୍ ମଧ୍ୟ ନେଇଛନ୍ତି । ଦିନିକିଆରେ ସେ ୧୬ଟି ମ୍ୟାଚ୍ ଖେଳି ୬୭୩ ରନ୍ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଇଆନ ୧୯୬୮୦ ରନ୍ କରିବା ସହ ୧୭୬ ଓ୍ୱିକେଟ୍ ନେଇଥିଲେ । 

୧୯୭୬ରେ ସେ କେରୀ ଫେକରଙ୍କ ତରଫରୁ ଆରମ୍ଭ ହୋଇଥିବା ବିଶ୍ୱ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ପାଇଁ ଖେଳିବାକୁ ମନା କରିଦେଇଥିଲେ । ଏହି ସିରିଜରେ ଇଂଲଣ୍ଡ ଓ ଓ୍ୱେଷ୍ଟ ଇଣ୍ଡିଜର ଅନେକ ମହାନ ଖେଳାଳି ସାମିଲ ହୋଇଥିଲେ । ସିରିଜ୍ ବନ୍ ହେବା ପରେ ଇଆନଙ୍କୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ କରାଯାଇଥିଲା ।

କଙ୍ଗାରୁ ଟିମ୍‌ର ମହାନ ବୋଲର ସେନ୍ ଓ୍ୱର୍ଣ୍ଣ ନିଜ କ୍ୟାରିଅରରେ ଇଆନ ଚାପେଲଙ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସେ ଚାପେଲଙ୍କୁ ଦେଖି କ୍ରିକେଟ ଖେଳିଥିବା ଏକ ସାକ୍ଷାତକାରରେ କହିଥିଲେ । ତାଙ୍କ ବାପା ମଧ୍ୟ ଜଣେ କ୍ରିକେଟର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.