Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

House of lordsରେ ସ୍ଥାନପାଇଲେ ବୋଥାମ, ୯ ବର୍ଷ ପରେ କ୍ରିକେଟରଙ୍କୁ ମିଳିଲା ସମ୍ମାନ

1/08/2020 at 6:36 PM

ଲଣ୍ଡନ: କ୍ରିକେଟର ଇୟାନ ବୋଥାମଙ୍କୁ ବ୍ରିଟେନ ସଂସଦରେ  ‘ହାଉସ୍ ଅଫ ଲର୍ଡସ୍’ର ସଦସ୍ୟତା ମିଳିଛି। ନିକଟରେ ସରକାର ୩୬ ଦିଗ୍ଗଜଙ୍କ ମଧ୍ୟରେ ବୋଥାମଙ୍କୁ ମଧ୍ୟ ଉଚ୍ଚସଦନକୁ ମନୋନୀତ କରିଛନ୍ତି। ଟିମ୍‌ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍‌ ବୋଥାମ ୧୯୭୭ରୁ ୧୯୮୨ ପର୍ଯ୍ୟନ୍ତ ଦେଶଲାଗି ୧୦୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଓ ସେ ବ୍ରେକ୍ସିଟ୍‌ର ମଧ୍ୟ ଜଣେ ସମର୍ଥକ। ୬୪ ବର୍ଷ ବୟସ୍କ ବୋଥାମଙ୍କୁ ୨୦୦୭ ମସିହାରେ ତାଙ୍କର ଚାରିଟି ଓ କ୍ରିକେଟ୍‌ ଲାଗି ବିଭିନ୍ନ ସେବା ନିମନ୍ତେ ‘ନାଇଟ୍ ହୁଡ୍’ ମଧ୍ୟ ପ୍ରଦାନ କରାଯାଇଛି।

ଇଂଲଣ୍ଡ ମହିଳା ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ରସେଲ ହେହୋ-ଫ୍ଲିଣ୍ଟ ୨୦୧୧ରେ ପିୟୋରେଜ ମନୋନୀତ  ହୋଇଥିଲେ। ସେ ସଦନରେ କ୍ରସ ବେଞ୍ଚ ଇଣ୍ଡିପେଣ୍ଡେଣ୍ଟ ପିୟର ଭାବେ ସଦନରେ ଯୋଗଦେଇଥିଲେ। ପିୟରେଜ୍‌ ସମ୍ମାନରେ ସମ୍ମାନୀତ  ହେବାରେ ରସେଲ ଥିଲେ ଦେଶର ପ୍ରଥମ ମହିଳା କ୍ରିକେଟର ।  

ରସେଲ ଦୀର୍ଘ ବର୍ଷରୁ କ୍ରିକେଟରୁ ଅବସର ନେଇସାରିଲେଣି। କ୍ରିକେଟରୁ ସନ୍ୟାସ ପରେ ସେ ମ୍ୟାଚ୍ କମେଣ୍ଟ୍ରି ଓ ଚାରିଟି କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିଲେ। ଚାରିଟି କାର୍ଯ୍ୟକ୍ରମରେ ଲ୍ୟୁକୋମିଆ ଗବେଷଣା ଲାଗି ପାଣ୍ଠି ଯୋଗାଡ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ଅନ୍ୟତମ ଥିଲା।

   Related Posts