Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

NEET-JEE ପରୀକ୍ଷା ନେଇ ମୁହଁ ଖୋଲିଲେ ରାହୁଲ, କହିଲେ ମୋତେ ଷ୍ଟୁଡେଣ୍ଟ ଓ ସେମାନଙ୍କ ଭବିଷ୍ୟତ ଲାଗି ଚିନ୍ତା

26/08/2020 at 7:39 PM

ନୂଆଦିଲ୍ଲୀ ୨୬।୮: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା (ଏନଇଇଟି) ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ବିବାଦରେ ମୁହଁ ଖୋଲିଲେ ରାହୁଲ ଗାନ୍ଧି। କହିଲେ ପ୍ରସଙ୍ଗରେ କେନ୍ଦ୍ର ସରକାର ସବୁ ପକ୍ଷଙ୍କ ସହ ଆଲୋଚନା କରି ସର୍ବସମ୍ମତ ସମାଧାନର ରାସ୍ତା ବାହାର କରନ୍ତୁ। ଏ ନେଇ ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ରାହୁଲ ଏକ ପୋଷ୍ଟ କରିଥିବା ବେଳେ ସେ ନିଟ୍ ଓ ଜେଇଇ ପ୍ରତ୍ୟାସୀଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉଭୟଙ୍କୁ ନେଇ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି।

ରାହୁଲଙ୍କ ଉଦବେଗର କାରଣ ମଧ୍ୟ ଯଥାର୍ଥ । ପ୍ରଥମତଃ କୋଭିଡ ସଂକ୍ରମଣର ଆଶଙ୍କା ସର୍ବାଧିକ ରହୁଥିବା ବେଳେ ପରିବହନ ଓ ରହିବା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା। ଏଥିରେ ଏବେ ଦେଶର ଅନେକ ରାଜ୍ୟରେ ବନ୍ୟା ନୂଆ ସମସ୍ୟା ଛିଡା କରିଛି। ଏଣୁ ଭାରତ ସରକାର ଏହି ଦୁଇ ପ୍ରବେଶିକା ପରୀକ୍ଷା ଲାଗି ସର୍ବସମ୍ମତ ମତ ପ୍ରଥମେ ଗ୍ରହଣ କରନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।

ସେପଟେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ପ୍ରସଙ୍ଗରେ ଡିଜିଟାଲ ବୈଠକ କରିଥିଲେ। ଏଥିରେ ଅଣ କଂଗ୍ରେସ ରାଜ୍ୟମାନଙ୍କର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଦେଶରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ଲାଗି ହେଉଥିବା ଏହି ପରୀକ୍ଷାକୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଦ ରଖିବା ଉଚିତ ବୋଲି ରାଜ୍ୟମୁଖ୍ୟମନେ କହିଛନ୍ତି। ଏଣୁ ସୋନିଆ ପ୍ରସଙ୍ଗରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ତେବେ ଏଥିରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭିନ୍ନ ଏକ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ପରୀକ୍ଷା ସବୁ ଘୁଞ୍ଚାଇବାକୁ ପ୍ରଥମେ ନିବେଦନ କରିବା ଉଚିତ ବୋଲି କହିଛନ୍ତି। ଏଥିରେ ଯଦି ପ୍ରଧାନମନ୍ତ୍ରୀ ସହମତ ନ ହୁଅନ୍ତି ତେବେ କୋର୍ଟଙ୍କ ରାସ୍ତା ଅବଲମ୍ବନ କରାଯାଇପାରେ ବୋଲି ହେମନ୍ତ କହିଛନ୍ତି।

ସେପ୍ଟେମ୍ବରରେ ହେବ ପରୀକ୍ଷା
ଖେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଅଧିକାରୀଙ୍କ ଅନୁସାରେ ଜେଇଇ ଓ ଏନଇଟି ପରୀକ୍ଷା ସେପ୍ଟେମ୍ବର ମାସରେ ହେବ। ଜେଇଇ ମେନ ପରୀକ୍ଷା ୧ରୁ ୬ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜେଇଇ ଆଡଭାନ୍ସ ସେପ୍ଟେମ୍ବର ୨୭ରେ ହେବ। ସେହିପରି ନିଟ୍ ପରୀକ୍ଷା ସେପ୍ଚେମ୍ବର ୧୩ ତାରିଖରେ ହେବ।

   Related Posts