ଖୋଲିଲା ଅବସରପ୍ରାପ୍ତ ଓ୍ବିଙ୍ଗକମାଣ୍ଡରଙ୍କ ପତ୍ନୀ ମୃତ୍ୟୁ ରହସ୍ୟ, ମୋବାଇଲ ଡେଟିଂ ଆପ୍ ରେ ମହିଳା ଆମନ୍ତ୍ରଣ କରିଥିଲେ ମୃତ୍ୟୁକୁ

Published By : Prameya-News7 Bureau | May 01, 2019 IST

ନୂଆଦିଲ୍ଲୀ ୧।୫ :  ରାଜଧାନୀ ଦିଲ୍ଲୀ ଦ୍ବାରକା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବାୟୁସେନା  ଓ୍ବିଙ୍ଗ କମାଣ୍ଡରଙ୍କ ପତ୍ନୀ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିଛି  ପୋଲିସ।  ହତ୍ୟାକାରୀ ଦିନେଶ ଦୀକ୍ଷିତକୁ  ପୋଲିସ ରାଜସ୍ଥାନ ଜୟପୁରରୁ ଗିରଫ କରିଛି । ଦିନେଶ ଜଣେ ପ୍ରପର୍ଟି ଡିଲର ଓ ଏକ ମୋବାଇଲ ଡେଟିଂ ଆପ ଦ୍ବାରା ସେ ଦ୍ବାରକାରେ ରହୁଥିବା ବାୟୁସେନା ଅଧିକାରୀଙ୍କ ପତ୍ନୀ ମିନୁ ଜୈନଙ୍କୁ ଭେଟିଥିଲା ବୋଲି ପୋଲିସ ପଚରା ଉଚରା ବେଳେ କହିଛି ।

{"id":109544}

ମିନୁଙ୍କୁ ଅନେକ ଥର ଭେଟିଥିଲା ଦିନେଶ । ହତ୍ୟାଦିନ  ସେ ଜୟପୁରରୁ ଦିଲ୍ଲୀ ଆସିଥିବା ବେଳେ ଘରେ ସେମାନେ ଏକାକୀ ଥଲେ। ମଧ୍ୟାହ୍ନରେ ସେମାନେ ଲଞ୍ଚ କରିବାକୁ ବି ଯାଇଥିଲେ। ରାତିରେ ମିନୁଙ୍କୁ ମଦ ପିଇବାକୁ ରାଜି କରାଇ ଦିନେଶ ପ୍ରଚୁର ମଦ୍ୟପାନ କରାଇଥିଲା । ଫଳରେ ମିନୁ ବେହୋସ ହୋଇଯାଇଲେ।  ଦିନେଶ ତାଙ୍କ ଘରୁ ନଗଦ ଟଙ୍କା ଓ ସୁନାଗହଣା ଲୁଟ କରି ରାଜସ୍ଥାନ ଫେରିଯାଇଥିଲେ। ତେବେ ଘରର ସିସିଟିଭି କ୍ୟାମେରା ଫୁଟେଜରୁ ପୋଲିସ ଦିନେଶକୁ ଗିରଫ କରିବାରେ ସଫଳ ହୋଇଛି ।

{"id":109545}

ହତ୍ୟାର କାରଣ ଲୁଟ
ଦିନେଶ ଲୁଟ କରିବା ଉଦ୍ଦେଶ୍ୟରେ ମିନୁଙ୍କୁ ହତ୍ୟା କରିଥିଲା।  ପୂର୍ବରୁ ଦୁଇଦୁଇଥର ବିବାହ କରିଥିବା ଦିନେଶ ଡେଟିଂ ସାଇଟ୍ ଜରିଆରେ ନୂଆନୂଆ ମହିଳାଙ୍କୁ ଫସାଉଥିଲା। ଏହି କ୍ରମରେ ସେ ବାୟୁସେନା ଅଧିକାରୀଙ୍କ ପତ୍ନୀ ମିନୁଙ୍କୁ ଭେଟିଥିବା ବେଳେ ତାଙ୍କ ଘରର ସାଜସଜ୍ଜା, ସେ ପିନ୍ଧୁଥିବା ଦାମୀ ଅଳଙ୍କାର ଓ ବିପୁଳ ଟଙ୍କା ଲୋଭରେ ପଡିଯାଇଥିଲା ଦିନେଶ। ଏହି ଲୋଭରେ ସେ ମଦ ପିଆଇ ମିନୁଙ୍କୁ ବେହୋସ କରିବା ପରେ ତାଙ୍କ ମୁହଁକୁତକିଆରେ ଦବାଇ ଦେଇଥିଲା। ଦିନେଶ ରାତାରାତ ଟଙ୍କା ସୁନା ନେଇ ଫେରାର ହୋଇଯାଇଥିଲା। ସେ ମିନୁଙ୍କ ଘରୁ ପ୍ରାୟ ୫୦ଲକ୍ଷ ଟଙ୍କାର ନଗଦ ଓ ସ୍ବର୍ଣ୍ଣଳଙ୍କାର ନେଇଯାଇଥିଲା।

{"id":109547}

ଧରାପଡିଲା କିପରି ?
ଶୁକ୍ରବାର ସକାଳେ ଘରେ ମିନୁଙ୍କୁ ବେହୋସ ଅବସ୍ଥାରେ ଦେଖାଯାଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ହତ୍ୟା ସନ୍ଦେହ ହେବାରୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସିସିଟିଭି କ୍ୟାମେରାରୁ ମିନୁଙ୍କ ଘରକୁ ଆସିଥିବା କାରର ନମ୍ବର ନକଲୀ ଥିବା ଜଣାପଡିଥିଲା। ଏଣୁ ପୋଲିସ ଗୁଗଲ ଟାଇମଲାଇନରେ ତଦନ୍ତ କରିବା ସହ ମିନୁଙ୍କ କଲ ରେକର୍ଡ ତଦନ୍ତ କରି ସିଡିଆର ପ୍ରସ୍ତୁତ କରିଥିଲା। ସିଡିଆର ଆଧାରରେ ପୋଲିସ ଜୟପୁର ଦିନେଶ ଘରେ ପହଞ୍ଚି ତାକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.